ବସ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଶ୍ରମିକଙ୍କ ପରିବାରଙ୍କୁ ୨ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ 

ଛତ୍ରପୁର,(ଦେବଦତ୍ତ ମହାରଣା) : ରାୟପୁର ଚେରିଖେଡି ନିକଟରେ ବସ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଛତ୍ରପୁର ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ଶ୍ରମିକ ସମୀର ମହାଙ୍କୁଡ ପରିବାର ବର୍ଗ ଙ୍କୁ ଆଜି ମୁଖ୍ୟମନ୍ତ୍ରୀ ଘୋଷଣା କରଥିିବା ୨ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ରାଶି ପ୍ରଦାନ କରାଯାଇଛି । ବୁଧବାର ଛତ୍ରପୁର ତହସିଲ କାର୍ଯ୍ୟାଳୟରେ ତହସିଲଦାର ନୀଳମାଧବ ଭୋଇ ମୃତ ସମୀର ମହାଙ୍କୁଡ ଙ୍କ ପରିବାର ବର୍ଗଙ୍କୁ ୨ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ରାଶି ର ଏକ ଚେକ ପ୍ରଦାନ କରିଛନ୍ତି । ଏହି ଚେକ୍ ପ୍ରଦାନ ବେଳେ ମୃତ ସମୀରଙ୍କ ବାପା ରାଜୁ ମହାଙ୍କୁଡ, ମାଆ ମୋଚିଆଣି ମହାଙ୍କୁଡ , ଅବିବାହିତ ବଡ ଭଉଣୀ ଲକ୍ଷ୍ମୀ ଓ ସାନ ଭଉଣୀ ତୁଳସୀ , ସୁନ୍ଦରପୁର ସରପଞ୍ଚ ସସ୍ମିତା ମହାଙ୍କୁଡ, ସମିତି ସଭ୍ୟା ସୁକାନ୍ତି ବେହେରା, ପୂର୍ବତନ ସରପଞ୍ଚ ସୋମନାଥ ବେହେରା, ପୂର୍ବତନ ନାଏବ ସରପଞ୍ଚ ଯୁଧିଷ୍ଠିର ମହାଙ୍କୁଡ , ପୂର୍ବତନ ସମିତି ସଭ୍ୟ ଗଗନ ବେହେରା ଓ ଯୁବ ବିଜେଡି ନେତା କାଳିଆ ନାହାକଙ୍କ ସମେତ ତହସିଲ କାର୍ଯ୍ୟାଳୟର କର୍ମଚାରୀ ମାନେ ଉପସ୍ଥିତ ଥିଲେ ।ସୂଚନା ଯୋଗ୍ୟ ଯେ ଗଂଜାମ ଜିଲ୍ଲାରୁ ଶ୍ରମିକଙ୍କୁ ନେଇ ସୁରତ ଯାଉଥିବା ଏକ ବସ୍ ରାୟପୁରର ଚେରିଖେଡି ନିକଟରେ ସେପ୍ଟେମ୍ବର ୫ତାରିଖ ଦିନ ମର୍ମନ୍ତୁଦ ଦୁର୍ଘଟଣା ହୋଇଥିଲା । ଏଥିରେ ୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବହୁ ଶ୍ରମିକ ଗୁରୁତର ଆହାତ ହୋଇଥିଲେ । ମୃତ ୮ଜଣଙ୍କ ମଧ୍ୟରୁ ଛତ୍ରପୁର ବ୍ଲକ ସୁନ୍ଦରପୁର ଗ୍ରାମର ସମୀର ମହାଙ୍କୁଡ(୧୭) ରହିଥିଲେ । ତାଙ୍କ ମର ଶରୀର ରାଜ୍ୟସରକାର ଓ ଜିଲ୍ଲାପ୍ରଶାସନର ସହାୟତାରେ ଗ୍ରାମକୁ ସେପ୍ଟମ୍ବର ୬ତାରିଖ ଅଣାଯାଇଥିଲ।। ଏହି ପରିପ୍ରେକ୍ଷୀ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ମୃତ ଶ୍ରମିକଙ୍କ ପରିବାର ବର୍ଗଙ୍କୁ ଦୁଇ ଲକ୍ଷଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ରାଶି ପ୍ରଦାନ କରାଯିବ ବୋଲି ସେ ଘୋଷଣା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ