ବସ୍ ଦୁର୍ଘଟଣାରେ ମୃତ ନାରାୟଣ ଓ ସୁଶାନ୍ତଙ୍କ ଶବ ନିଜ ଗ୍ରାମରେ ପହଞ୍ଚିଲା

ଗାଙ୍ଗପୁର,( ସନ୍ତୋଷ ବିଶୋଇ): ଲକ୍ ଡ଼ାଉନ୍ ପରେ ଭିଟାମାଟିରୁ କର୍ମସ୍ଥଳୀକୁ ଫେରୁଥିବା ବେଳେ ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ଗାଙ୍ଗପୁର ପଞ୍ଚାୟତ ବୋରି ଗ୍ରାମ ଚାଞ୍ଚରାପଲ୍ଲୀ ସାହିର ନାରାୟଣ ଗୁରୁ (32) ଓ କ୍ଷତ୍ରିୟବରପୁର ପଞ୍ଚାୟତ ଅନ୍ତର୍ଗତ ହରିହର ସାହିର ସୁଶାନ୍ତ ସ୍ଵାଇଁ (36)ଙ୍କ ଶବ ପ୍ରଶାସନ ସହାୟତାରେ ନିଜ ଗ୍ରାମରେ ସକାଳ 9 ଘଣ୍ଟ 30 ମିନିଟ୍ ସମୟରେ ପହଞ୍ଚିଥିଲା | ମୃତ୍ୟୁ ଖବର ପ୍ରଚାରିତ ହେବା ପର ଠାରୁ ଉତ୍କଣ୍ଠାର ସହ ଗ୍ରାମବାସୀ ଅପେକ୍ଷା କରିଥିଲେ I ଶବ ଗ୍ରାମରେ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା | କାନ୍ଦ ବୋବାଳିରେ ଗାଆଁ ଫାଟି ପଡିଥିଲା | ହରିହର ସାହିରେ ସୁଶାନ୍ତଙ୍କ ଶବକୁ ବେଲଗୁଣ୍ଠI ବିଡିଓ ଶଶୀ ଭୂଷଣ ମହାପାତ୍ର କ୍ଷତ୍ରିୟବରପୁର ସରପଞ୍ଚ ରାଜେନ୍ଦ୍ର କୁମାର ଗୌଡ଼, ସମିତି ସଭ୍ୟ ଝିଲ୍ଲୀ ପରିଛା , ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ ତଥା ବ୍ଲକ୍ ବିଜେଡି ସଭାପତି ସଂlସଦ ପ୍ରତିନିଧି ପ୍ରଶାନ୍ତ କୁମାର ନାୟକଙ୍କ ନେତୃତ୍ଵରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କୂଞ୍ଜ ବିହାରୀ ନାୟକ, ଖଇରପୁଟି ସମିତି ସଭ୍ୟ ପ୍ରଭାତ ସ୍ଵାଇଁ, ଗାଙ୍ଗପୁର ସମିତି ସଭ୍ୟ ତୁଷାର ବିଷୋୟୀ ଉଭୟ ପରିବାରକୁ ସମବେଦନା ଜଣାଇଥିଲେ | ଏକ ବିରାଟ ପଟୁଆରରେ ଗ୍ରାମ ପରିକ୍ରମା କରିବା ପରେ ଗାଆଁ ଶ୍ମଶାନରେ ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା | ସେହିପରି ଗାଙ୍ଗପୁର ପଞ୍ଚାୟତ ବୋରି ଚାଞ୍ଚରାପଲ୍ଲୀରେ ନାରାୟଣଙ୍କ ଶବ ପହଞ୍ଚିବା ପରେ କାନ୍ଦ ବୋବାଳିରେ ଗାଆଁ ଫାଟି ପଡ଼ିଥିଲା | ସେଠାରେ ତହସିଲଦାର ସରୋଜ କୁମାର ବେହେରା,ଗାଙ୍ଗପୁର ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆ,ସମିତି ସଭ୍ୟ ତୁଷାର ବିଷୋୟୀ, ଖଇରପୁଟି ସମିତି ସଭ୍ୟ ପ୍ରଭାତ ସ୍ଵାଇଁଙ୍କ ସମେତ ଘୂମୁସର ବିଜେପି ସଭାପତି ଗୋକୁଳାନନ୍ଦ ମଲ୍ଲିକ,ବରିଷ୍ଠ ବିଜେପି ନେତା ପ୍ରଭାକର ପଣ୍ଡା,2019 କବିସୂର୍ଯ୍ୟନଗର ବିଜେପି ପ୍ରାର୍ଥୀ ରଞ୍ଜନ ପୋଲାଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୀଳମଣୀ ବିଷୋୟୀ ,ରଞ୍ଜନ ରାଉତ, ପ୍ରମୋଦ ପଣ୍ଡା ପ୍ରମୁଖ ମୃତ ନାରାୟଣଙ୍କ ପରିବାରକୁ ସମବେଦନା ଜଣାଇଥିଲେ | ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ଦୁଇ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଯୋଗାଇ ଦେଇଥିବା ବେଳେ ରେଡକ୍ରସ୍ ପାଣ୍ଠିରୁ ଦଶ ହଜାର ଟଙ୍କା ଓ ହରିଶ୍ଚନ୍ଦ୍ର ଯୋଜନାରେ ଦୁଇ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା | ଦୁଇ ଜଣଙ୍କ ମୃତ୍ୟୁରେ ବେଲଗୁଣ୍ଠI ବ୍ଲକ୍ ରେ ଶୋକର ଛାୟା ଖେଳି ଯିବା ସହ ଉଭୟ ପରିବାରର ସ୍ତ୍ରୀ ମାନଙ୍କୁ ସରକାରୀ ଯୋଜନାରେ ଥଇଥାନ କରିବାକୁ ଦାବି ହେଉଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ