ବାଂଲାଦେଶ ପ୍ରାଇମ୍ ବିଶ୍ୱବିଦ୍ୟାଳୟ ସହ ଏମ୍ଓୟୁ ସ୍ୱାକ୍ଷରିତ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ଆଲୁରୀନଗର ଠାରେଥିବା ସେଞ୍ଚୁରିଆନ ବିଶ୍ୱ ବିଦ୍ୟାଳୟ ସହ ବାଂଲାଦେଶର ପ୍ରାଇମ୍ ବିଶ୍ୱବିଦ୍ୟାଳୟ ମଧ୍ୟରେ (ଏମଓୟୁ)ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି । ଏହି ବିଶ୍ୱ ବିଦ୍ୟାଳୟ ବାଂଲାଦେଶରେ ୨୦୦୨ ମସିହାରେ ସ୍ଥାପନ ହୋଇଥିବା ଉଚ୍ଚଶିକ୍ଷା ବିଦ୍ୟାଳୟର ଏକ ଅଗ୍ରଣୀ ବିଶ୍ୱବିଦ୍ୟାଳୟ ଭାବେ ପରିଗଣିତ ଅଟେ । ଏହା ଗ୍ରାସ୍ କମିଶନ ଦ୍ୱାରା ସ୍ୱୀକୃତୀ ପ୍ରାପ୍ତ ରହିଅଛି । ସେହିପରି ଓଡିଶାର ଗଜପତି ଜିଲ୍ଲାରେ ଥିବା ସେଞ୍ଚୁରିଆନ ବିଶ୍ୱ ବିଦ୍ୟାଳୟ ପାରଳାଖେମୁଣ୍ଡି, ରାୟଗଡା, ବଲାଙ୍ଗୀର, ଛତ୍ରପୁର, ଭୁବନେଶ୍ୱର ଏବଂ ଆନ୍ଧ୍ର ପ୍ରଦେଶରେ ମଧ୍ୟ ଅବସ୍ଥାପିତ ଅଛି । ଏହି ବିଶ୍ୱ ବିଦ୍ୟାଳୟଟି ଏକ ଦକ୍ଷତା ଭିତ୍ତିକ ବିଶ୍ୱବିଦ୍ୟାଳୟ ଭାବେ ବେଶ ଜଣାଶୁଣା ।ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ଭାରତରେ ସର୍ବ ପ୍ରଥମ କନିଷ୍ଠ ବିଶ୍ୱ ବିଦ୍ୟାଳୟ ଭାବେ “ନାକ-ଏ” (ଗ୍ରେଡ୍-ଏ) ୨୦୧୦ ଠାରୁ ପ୍ରତିଷ୍ଠିତ ଅଟେ । ୮ଟି ରାଜ୍ୟ ଏବଂ ୩୨ଟି କେନ୍ଦ୍ର ଠାରେ ଏହା ଅବସ୍ଥାପିତ ଅଟେ । ଏହା ରାଜ୍ୟ ସରକାର, କେନ୍ଦ୍ର ସରକାର, ଶିଳ୍ପଜଗତ ଯଥା ଅଶୋକଲେଲେଣ୍ଡ, ମହିନ୍ଦ୍ରା, ହୁଣ୍ଡାଇ, ହୋଣ୍ଡା, ଟିଭିଏସ୍ ଏବଂ ଦସଲଟ୍ ଇତ୍ୟାଦି କମ୍ପାନୀ ସହ ସମ୍ପୂର୍ଣ୍ଣଭାବେ ବନ୍ଧୁତ୍ୱପୂର୍ଣ୍ଣ ସହଯୋଗୀତା ରହିଅଛି । ଇଲେଷ୍ଟିକ ଭେଇକାଲ, ଜାଇରୋପ୍ଲେନ, ଡ୍ରୋନ୍ ଏବଂ ୩ଡି ପ୍ରିଣ୍ଟିଂ ମେସିନ ତିଆରି କରେ । ସେଞ୍ଚୁରିଆନ ଏବଂ ପ୍ରାଇମ୍ ବିଶ୍ୱ ବିଦ୍ୟାଳୟର ଚୁକ୍ତି ଅନୁସାରେ ଦୁଇପକ୍ଷ ବିଦ୍ୟାର୍ଥୀ ଓ ଶିକ୍ଷକମାନଙ୍କର ବିକାଶ କାର୍ଯ୍ୟକ୍ରମ, ଲେବୋରଟାରୀ ସ୍ଥପାନ ଏବଂ ଅନୁସଂଧାନ ବିଷୟରେ ଦୃଷ୍ଟି ଦେବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ଅଟେ । ବିଭିନ୍ନ ଦକ୍ଷତା ଭିତ୍ତିକ “ଗୋ-ଟୁ ମାର୍କେଟ” ୩ଡି ଏକ୍ସପ୍ରିଏନ୍ସ ତାଉପରେ ତାଲିମ ପ୍ରଦାନ ଇତ୍ୟାଦି କରାଯିବ । ଏହି ଚୁକ୍ତିନାମା ବାଂଲାଦେଶ ପ୍ରାଇମ୍ ବିଶ୍ୱ ବିଦ୍ୟାଳୟର କୋଷାଧ୍ୟକ୍ଷ ଡ. ମହମ୍ମଦ ଅର୍ଶଦ ଅଲ୍ଲୀ ଏବଂ ସେଞ୍ଚୁରିଆନ ରେଜିଷ୍ଟ୍ରାର ଡ. ଅନୀତା ପାତ୍ରଙ୍କ ଦ୍ୱାରା ସ୍ୱାକ୍ଷରିତ ହୋଇଯାଛି ।


