ବାଇକ୍ ରେ ଗାଈକୁ ବସାଇଲେ ପାକିସ୍ତାନୀ ଯୁବକ

ପାକିସ୍ତାନର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଘୂରିବାରେ ଲାଗିଛି । ଭିଡିଓଟିରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ତାଙ୍କ ମୋଟରସାଇକେଲ ଆଗରେ ଏକ ଗାଈକୁ ବସାଇ ମୋଟରସାଇକେଲ୍ ଚଳାଇବାରେ ଲାଗିଛନ୍ତି । ଗାଈଟି ମୋଟରସାଇକେଲ ଆଗରେ ଚୁପ୍ଚାପ ବସିଥିବାର ଭିଡିଓରେ ଦେଖିବାକୁ ମିଳିଛି । ବ୍ୟକ୍ତି ଜଣଙ୍କ ଟିକେ ବି ବିଚଳିତ ନ ହୋଇ ଆରାମର ସହ ମୋଟରସାଇକେଲ ଚଳାଇବାରେ ଲାଗିଛନ୍ତି । ଗାଈଟିକୁ ଏକ କପଡ଼ାରେ ଗୁଡ଼ାଇ ବ୍ୟକ୍ତି ଜଣଙ୍କ ମୋଟରସାଇକେଲ୍ ଉପରେ ବସାଇ ଗାଡ଼ି ଚଳାଉଥିବାର ଦେଖିବାକୁ ମିଳିଛି । ବ୍ୟକ୍ତି ଜଣଙ୍କ ଗାଈଟିକୁ ଆଗରେ ତେଲ ଟାଙ୍କି ଉପରେ ବସାଇ ଗାଡ଼ି ଚଳାଉଥିବାର ଦେଖିବାକୁ ମିଳିଛି । ଏହି ଭିଡିଓଟିକୁ ବ୍ୟକ୍ତିଙ୍କ ପଛରେ ବାଇକ୍ରେ ଯାଉଥିବା ଅନ୍ୟ ଜଣେ ସୁଟ୍ କରି ସୋସିଆଲ୍ ମିଡିଆରେ ଅପ୍ଲୋଡ୍ କରିବା ପରେ ଭିଡିଓଟି ଭାଇରାଲ୍ ହୋଇଛି । ୨୮ ସେକେଣ୍ଡ୍ର ଏହି ଭିଡିଓଟିରେ ବାଇକ୍ ଚାଳକ ଜଣଙ୍କ ହସୁଥିବାର ଦେଖିବାକୁ ମିଳିଛି । ଗାଈଟି ଯେଉଁ ଭଳି ଭାବେ ସ୍ଥିର ହୋଇ ଟାଙ୍କି ଉପରେ ବସିଛି ତାହା ସଭିଁଙ୍କୁ ଚକିତ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ