ରାମାନୁଜଙ୍କ ବାୟୋପିକ୍ ଦେଖି କାନ୍ଦି ପକାଇଲେ ଜୁକରବର୍ଗ ଓ ପିଚାଇ
ଭାରତୀୟ ଗଣିତଜ୍ଞ ଶ୍ରୀନିବାସ ରାମାନୁଜଙ୍କ ବାୟୋପିକ୍ ଦେଖିବା ପରେ ଫେସବୁକରେ ନିର୍ମାତା ତଥା ସିଇଓ ମାର୍କ ଜୁକର ବର୍ଗ ଓ ଗୁଗୁଲ ସିଇଓ ସୁନ୍ଦର ପିଚାଇ କାନ୍ଦି ପକାଇଛନ୍ତି । ସିଲିକନ୍ ଭ୍ୟାରିଠାରେ ସପ୍ତା ଶେଷରେ ମିଷ୍ଟର ମିଲନର ଦ୍ୱାରା ଆୟୋଜିତ ଏକ ସ୍କାନିଂ କାର୍ଯ୍ୟକ୍ରମରେ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମର ଶୀର୍ଷକ ଥିଲେ ‘ଦ ମ୍ୟାନ ହୁ ନିଉ ଇନଫିନିଟି’ । ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଏହି ସ୍କିନିଂରେ ଗୁଗୁଲର ସିଇଓ ସୁନ୍ଦର ପିଚାଇ, ଗୁଗୁଲ ନିର୍ମତା ପରି ବ୍ରିନ୍, ଫେସବୁକ ନିର୍ମାତା ତଥା ସିଇଓ ମାର୍କ ଜୁକର ବର୍ଗ, ଓକଲସ ଭିଆରର ସିଇଓ ବ୍ରେଣ୍ଡାନ ଲିବ୍ରେ ଆଦି ନାମୀଦାମୀ ବ୍ୟକ୍ତି ଉପସ୍ଥିତ ଥିଲେ । ସେଠାରେ ସେମାନେ ଶ୍ରୀନିବାସ ରାମାନୁଜଙ୍କ ବାୟୋପିକ୍ ଦେଖିବା ପରେ କାନ୍ଦି ପକାଇଥିଲେ । ମେସାନଙ୍କ ମଧ୍ୟରୁ ସୁନ୍ଦର ପିଚାଇ ଓ ମାର୍କ ଜୁକର ବର୍ଗ ଗଣିତଜ୍ଞ ଙ୍କ ଉପରେ ଆଧାରିତ ଚଳଚ୍ଚିତ୍ର ଦେଖବା ସମୟରେ ତାଙ୍କ ଗ୍ରାମ ତାମଲନାଡୁ ଉପରେ ଥିବା ଏକ ଦୃଶ୍ୟରେ କାନ୍ଦି ପକାଇଥିଲେ । ଏହି ଚଳଚ୍ଚିତ୍ରରେ ନାୟକ ଭୂମିକା ତୁଲାଇଥିଲ ଅଭିନେତା ଦେବ ପଟେଲ, ଯିଏକି ରାମାନୁଜଙ୍କ ଭୂମିକାରେ ଅବତୀର୍ଣ୍ଣ ଥିଲେ । ଅଧାରୁ ପାଠ ପଢ଼ର ଛାଡିଥିବା ଗଣିତଜ୍ଞ ରାମାନୁଜନ ଆନାଲିସସ୍, ନମ୍ବର ଥିଓରି, ଇନ୍ଫିନିଟି ସିରିଜ, ଏବଂ କଣ୍ଟିନିଉଡ ଫ୍ରାକ୍ସନ ଆଦିରେ ନିଜର ନିପୂଣତା ପ୍ରଦର୍ଶନ କରିଛନ୍ତି । ସେ ୧୯୨୦ ମସିହାରେ ତାଙ୍କୁ ୩୨ ବର୍ଷ ହୋଇଥିବା ବେଳେ ତାଙ୍କର ପରଲୋକ ହୋଇଥିଲା ।


