ବାଇକ ଦୁର୍ଘଟଣାରେ ଦୁଇ ଗୁରୁତର

ଭଞ୍ଜନଗର, (ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା କୁଶାପଲିଠାରେ ଦୁଇ ବାଇକି ମୁହାଁ ମୁହିଁ ଧକା ହୋଇଥିଲା । ଘଟଣା ସ୍ଥଳରେ ଦୁଇଜଣ ଗୁରୁତର ହୋଇଛନ୍ତି । ଗୁରୁତର ଦୁଇ ଜଣ ହେଉଛନ୍ତି ଉତ୍କଳ ଗ୍ରାମୀଣ ବ୍ୟାଙ୍କ ମ୍ୟାନେଜର ସୁରଜ କୁମାର ପଣ୍ଡା ଓ ଓଡ଼ଗାଁ ବାଉଁସଗାଡ଼ିଆ ର ସୁରେଶ ମହାରଣା । ସୂଚନା ଅନୁସାରେ କୁଶାପଲି ଛକଠାରେ ଦୁଇ ବାଇକି ମୁହାଁ ମୁହିଁ ଧକା ଦେବା ଫଳରେ ଉଭୟେ ଗୁରୁତର ହୋଇଥିଲେ । ଖବର ପାଇ ଜଗନ୍ନାଥ ପ୍ରସାଦ ପୋଲିସ ଓ ଅଗ୍ନିସମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଦୁଇଜଣଙ୍କୁ ସ୍ଥାନୀୟ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରିଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ 108 ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର mkcg ମେଡିକାଲ କୁ ସ୍ଥାନତାର କରାଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ