ମହାମାରୀ କରୋନା ଓ ମହାବାତ୍ୟା ଅମ୍ଫାନର କମ୍ଫନରେ ଜଗତସିଂହପୁର ଜିଲ୍ଲା

ପାରାଦୀପ, (ପିତବାସ ପ୍ରଧାନ):ଦେଶରେ ମହାମାରୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୁଦ୍ଧି ପାଉଥିବା ବେଳେ ପ୍ରବାସୀ ଓଡିଆଙ୍କ ପାଇଁ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ୮୦୦ ଟପିଛି। ଜଗତସିଂହପୁର ଜିଲ୍ଲାରେ କରୋନା ଚଉକା ମାରି ଖାତା ଖୋଲିଥିବା ବେଳେ ଦିନକ ପରେ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲ୍ଲା ଗ୍ରୀନ ଜୋନରୁ ଅରେଞ୍ଜ ଜୋନରେ ପହଞ୍ଚିଥିଲା। କିଛି ଦିନର ଚିକିତ୍ସା ପରେ ୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ଆଜି ତା ୧୮/୦୫/୨୦୨୦ ରିଖ ସକାଳ ୧୦ଟା ସମୟରେ ଜିଲ୍ଲାକୁ କରୋନା ମୁକ୍ତ ଘୋଷଣା କରାଯାଇ ଥିଲା। ଅପରାହ୍ନରେ ଜିଲ୍ଲା ପାଇଁ ଏଭଳି ଏକ ଖବର ଆସିଲା ଯାହା ଜିଲ୍ଲାରେ କମ୍ପନ ସୃଷ୍ଟି କଲା। ଜିଲ୍ଲାରେ ଗୋଟିଏ ଦିନରେ ୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ବାସୀଙ୍କ ମନରେ କୋକୁଆ ଭୟ ଦେଖା ଦେଇଛି।୨୦ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୯ ଜଣ ନାଉଗାଁ ବ୍ଲକର ହୋଇଥିବା ବେଳେ ଜଣେ ଆକ୍ରାନ୍ତ କୁଜଙ୍ଗ ବ୍ଲକର।ଜଣେ ତାମିଲନାଡୁରୁ ଆସିଥିବା ବେଳେ ୧୯ ଜଣ କଲିକତା ଫେରନ୍ତା।ପ୍ରବାସୀ ଓଡିଆଙ୍କ ପାଇଁ ଆଗାମୀ ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୁଦ୍ଧି ପାଇବାର କାରଣ ପାଲଟିବ।କରୋନା ସାଙ୍ଗକୁ ବଙ୍ଗୋପସାଗର ରେ ଆସିଥିବା ଅମ୍ଫାନ ମହାବାତ୍ୟା ଜିଲ୍ଲା ବାସୀଙ୍କ ଆଖିରୁ ନିଦ ହଜେଇ ଦେଇଛି। ପାରାଦୀପ ଠାରୁ ୭୦୦ କି ମି ଦୂରରେ ରହି ଥିବା ମହାବାତ୍ୟା ଅମ୍ଫାନର କମ୍ପନ କେତେ ଯେ ରହିବ ତାକୁ ଆକଳନ କରିବା ସହଜ କଥା ନୁହେ।ମହାମାରୀ କରୋନା ଓ ମହାବାତ୍ୟା ଅମ୍ଫାନର କମ୍ପନ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ ହୋଇ ଦେଖା ଦେଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ