ବାଉଁଶଯୋରୀ-ଅଳକା-ଗୋବରୀ ବୁଡି ଅଂଚଳ ସୁରକ୍ଷା କ୍ରିୟାନୁଷ୍ଠାନ କମିଟିର ବୈଠକ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଳକ ଅନ୍ତର୍ଗତ ବାଉଁଶଯୋରୀ-ଅଳକା-ଗୋବରୀ ବୁଡି ଅଂଚଳ ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବୁଧବାର ତିରୁଣାସ୍ଥିତ ଇନ୍ଦିରା ସ୍ମାରକୀ ଯୁବକ ସଂଘ କାର୍ଯ୍ୟାଳୟ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବାଉଁଶଯୋରୀ ଓ ଗୋବରୀ ନାଳରୁ କିପରି ଉଦବୃତ ଜଳ ନିଷ୍କାସନ ହେବ ସେ ବିଷୟରେ ଆଲୋଚନା କରାଯାଇଥିଲା । ଉକ୍ତ ବ୍ଳକର ଅଧିକାଂଶ ତଳିଆ ପଂଚାୟତରେ ଉଦବୃତ ଜଳ ନିଷ୍କାସନ ନ ହୋଇ ପାରିବାରୁ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଥାଏ । ତେଣୁ ବାଉଁଶଯୋରୀ ନାଳର ଜଳ ସିଧାସଳଖ ଦେବୀନଦୀ ରେ ନିଷ୍କାସିତ ନ ହୋଇ ସମୁଦ୍ରରେ ନିଷ୍କାସିତ ହେଲେ ଖାଲୁଆ ଅଂଚଳ ଜଳମଗ୍ନ ହେବ ନାହିଁ । ତେଣୁ ବାଉଁଶଯୋରୀ ନାଳରୁ ବାଲିକୁଦା ବ୍ଳକ ମାଛଗାଁ ନିକଟରେ ଥିବା ମୁଗୁରିଆ ନାଳକୁ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରାଯିବ । ମୁଗୁରିଆ ନାଳରୁ ନୁଆଗାଁ, ତାଳଗାଁ , କୁଶୁପୁର ଦେଇ ସେକଣି ନିକଟରେ ସମୁଦ୍ରରେ ମିଶିବ ବୋଲି ଆଲୋଚନା କରାଯାଇଥିଲା । ଏସଂକ୍ରାନ୍ତରେ ଏକ ସ୍ମାରକପତ୍ର ବାଲିକୁଦା ଓ ନାଉଗାଁ ବ୍ଳକର ୧୫ଟି ପଂଚାୟତରୁ ଦସ୍ତଖତ ସଂଗ୍ରହ କରାଯିବ । ଉକ୍ତ ସ୍ମାରକପତ୍ରକୁ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଓ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବ । ଏହି ବୈଠକରେ ରମେଶ ଚନ୍ଦ୍ର ବେହୁରା, ସୁବାସ ସ୍ୱାଇଁ, ରାଜକିଶୋର ସାମଲ, ପ୍ରତାପ ବେହୁରା, ପ୍ରିୟଦର୍ଶନ ରଥ, ଯୁଧିଷ୍ଠିର ସ୍ୱାଇଁଙ୍କ ସମେତ ଅନ୍ୟାନ୍ୟ ଗ୍ରାମବାସୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ