ବାଘାଯତୀନ୍‌ଙ୍କ ୧୦୯ତମ ବଳିଦାନ ଦିବସ

ବାଲେଶ୍ୱର, (ସରୋଜ ପଣ୍ଡା):ସହିଦ୍ ବାଘାଯତୀନଙ୍କର ୧୦୯ ତମ ସହିଦ୍ ଦିବସ ରକ୍ତତୀର୍ଥ ଚଷାଖଣ୍ଡଠାରେ ‘ବାଘାଯତୀନ୍ ବିକାଶ ପରିଷଦ’ ପକ୍ଷରୁ ରଣଭୂମି ଦେଶୁଁଆ ପୋଖରୀଠାରେ ପାଳନ କରାଯାଇଅଛି । ଦୁଇଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମର ପ୍ରଥମ ଦିବସରେ ଜାତୀୟ ପତାକା ଉତ୍ତୋଳନ, ଜାତୀୟ ସଂଗୀତ ଗାନ କରିବା, ଛାତ୍ରଛାତ୍ରୀମାନଙ୍କ ଭିତରେ ଦେଶାତ୍ମବୋଧକ ମାନସିକତା ସୃଷ୍ଟି କରିବା ପାଇଁ ବକ୍ତୃତା, ସଂଗୀତ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ବକ୍ତୃତା ପ୍ରତିଯୋଗିତାର ଶୀର୍ଷକ ଥିଲା ସିନିୟର ଛାତ୍ରଛାତ୍ରୀଙ୍କ ପାଇଁ ‘ଜାତିଭିତ୍ତିକ ଜନଗଣନ ଦେଶ ବିକାଶରେ ସହାୟକ ହେବକି?’ ଓ ଜୁନିୟର୍ ଛାତ୍ରଛାତ୍ରୀଙ୍କ ପାଇଁ ‘ଜାତୀୟ ମୁକ୍ତି ଆନ୍ଦୋଳନ ଓ ଅହିଂସା’ । ବାଲେଶ୍ୱରର ଏସ୍‌.ପି. ସାଗରିକା ନାଥ ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିବାବେଳେ ପି.ଏକ୍ସ.ଇ., ଚାନ୍ଦିପୁରର ନିର୍ଦ୍ଦେଶକ ଶ୍ରୀଯୁକ୍ତ ସୁବୋଧ ନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ସୁଦର୍ଶନ ଜେନା ନିଜର ସୁଚିନ୍ତିତ ବକ୍ତବ୍ୟ ରଖିଥିବାବେଳେ ବିଚାରକ ଭାବେ କାଳିଚରଣ ଲେଙ୍କା, ସର୍ବେଶ୍ୱର ଦାସ, ଗୌର ମୋହନ ମାଝୀ, ଡ. ପ୍ରଶନ୍ନ ମନ୍ତ୍ରୀ ଯୋଗଦେଇଥିଲେ । ମନୋଜ ନାୟକ ପ୍ରାରମ୍ଭିକ ସୂଚନା ଦେଇଥିବାବେଳେ ଗୋପୀନାଥ ସେନାପତି, ଅଜିତ ବରାଳ, ବନମାଳୀ ଜେନା, ସର୍ବେଶ୍ୱର ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଅଜିତ୍ ବରାଳଙ୍କ ଦୁଇଗୋଟି ପୁସ୍ତକ ‘ସହିଦ୍ ବାଘାଯତୀନ୍‌’ ଏବଂ ‘ଐତିହାସିକ ଚଷାଖଣ୍ଡ ଯୁଦ୍ଧ, ଶହିଦ ବାଘାଯତୀନ୍ ଓ ଚାରିସାଥୀ’ ଆଲୋଚିତ ହେବା ସଙ୍ଗେସଙ୍ଗେ ଉପସ୍ଥିତମାନଙ୍କ ମଧ୍ୟରେ ପୁସ୍ତକ ବଣ୍ଟନ କରାଯାଇଥିଲା । ଦେବେନ୍ଦ୍ର ନାୟକ, ସରୋଜ ଗୋଚ୍ଛାୟତ, ଜୟନ୍ତୀ ପଣ୍ଡା, ଶ୍ରୀକାନ୍ତ ବୁଗୁଡ଼ାଇ, ସୁଦର୍ଶନ ଭୂୟାଁ, ମେଘରାଓ ହାଁସଦା, ପ୍ରଫୁଲ୍ଲ ବେହେରା, ଶ୍ର୍ରୀକାନ୍ତ ବାଗ୍‌, ପ୍ରଫୁଲ୍ଲ ଜେନା, ଅନନ୍ତ ଦଳାଇ, କେଦାର ସାହୁ, ବନିତା ଭୂୟାଁ, ଉପେନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଉକ୍ତ ଉତ୍ସବରେ ୨୫ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ ଓ ଗ୍ରାମବାସୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ପରିଷଦ ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ