ବାଘୁଆ କେନାଲର ପାଣି ଅନୁଧ୍ୟାନ କଲେ ଅଧିକ୍ଷଣ ଯନ୍ତ୍ରୀ

ବୁଗୁଡା (ଅନିଲ ମହାରଣା): ବୁଗୁଡା ବ୍ଲକ ଅନ୍ତର୍ଗତ ବାଘୁଆ ମଧ୍ୟମ ଜଳ ଭଣ୍ଡାରର ସହନିର୍ବାହୀ ଯନ୍ତ୍ରୀଙ୍କ ନିଷ୍ପତ୍ତି ପ୍ରକାରେ ଶୁକ୍ରବାର ଦିନ ଭୋର ୫ ଟା ସମୟରେ ବାଘୁଆ କେନାଲରେ ପାଣି ଛଡା ଯାଇଥିଲା। ଭଞ୍ଜନଗର ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ.ଗୋକୁଳ ଚନ୍ଦ୍ର ପାଢ଼ୀ ଦିବା ପ୍ରାୟ ୧୧ ଟା ସମୟରେ ଜଳଭଣ୍ଡାର ଗଚ୍ଛିତ ପାଣି ଓ କେନାଲରେ ଯାଉଥିବା ପାଣି ଅନୁଧ୍ୟାନ କରିବା ପାଇଁ ପହଞ୍ଚିଥିଲେ। ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ପାଢୀଙ୍କ ଅନୁଧ୍ୟାନ ସମୟରେ ବୁଗୁଡା ବାଘୁଆ ଜଳଭଣ୍ଡାର ଦାୟିତ୍ୱରେ ଥିବା ସହ ନିର୍ବାହୀ ଯନ୍ତ୍ରୀ ଇଂ.ବିଷ୍ଣୁ ଚରଣ ସାହୁ ଓ ଅନ୍ୟାନ୍ୟ ଯନ୍ତ୍ରୀ ବୃନ୍ଦ ଉପସ୍ଥିତ ଥିଲେ। ଦୁଇ ଦିନ ହେଲା ସାମାନ୍ୟ ବର୍ଷା ହେଉଥିବା ବେଳେ ବାଘୁଆ କେନାଲ ପାଣି ଯୋଗୁଁ ଆୟକାଟ ଅଞ୍ଚଳରେ ଖରିଫ ଧାନ ଚାଷ ଆଗେଇ ପାରିବ ବୋଲି ଆଶା କରାଯାଉଛି। ଅଧିକ୍ଷଣ ଯନ୍ତ୍ରୀ ବାଘୁଆ କେନାଲର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବା ସହ ଚାଷୀମାନଙ୍କ ସହ ଆଲୋଚନା କରି ପାଣି ନଷ୍ଟ ନକରିବା ପାଇଁ ପରାମର୍ଶ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ