ବାଜି ମାରି ନେଲେ ବିଶାଲ୍

ମୁମ୍ବାଇ: ଟେଲିଭିଜନ୍ ରିଆଲିଟି ଶୋ’ “ଡ୍ୟାନ୍ସ ଦିୱାନେ-୨’ର ଗ୍ରାଣ୍ଡ ଫିନାଲେ ସରିଯାଇଛି । ଆଉ ଏହି ସିଜିନର ବିଜେତା ହୋଇଛନ୍ତି ଜାମଶେଦପୁରର ବିଶାଲ୍ ସାନକର । ଶୋ’କୁ ଅତିଥି ହୋଇ ଆସିଥିବା ସଲମାନ୍ ଖାନ୍ ବିଶାଲଙ୍କୁ ଟ୍ରଫି ସହ ପୁରସ୍କାର ରାଶିର ଚେକ୍ ପ୍ରଦାନ କରିଥିଲେ ।  ବିଶାଲଙ୍କୁ ପୁରସ୍କାର ରାଶି ବାବଦକୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଶୋ’ରେ ବିଶାଲ୍ ଦ୍ୱିତୀୟ ଜେନେରେସନ୍ ଗ୍ରୁପ୍ର ଥିଲେ । ପୂରା ଶୋ’ରେ ବିଶାଲଙ୍କୁ ସବୁଠୁ ଅଧିକ ଭୋଟ୍ ମିଳିଥିଲା ।
ଏହି ଶୋ’କୁ ଆସିବା ପୂର୍ବରୁ ବିଶାଲ୍ ଜାମଶେଦପୁରରେ ଘର ଘର ବୁଲି ଖାଦ୍ୟ ଡେଲିଭରି କରୁଥିଲେ । ସେ ଏହି ଶୋ’ରେ ତାଙ୍କ ମା’ଙ୍କ ସ୍ୱପ୍ନ ପୂରା କରିବାକୁ ଭାଗ ନେଇଥିଲେ । ବିଜେତା ଭାବେ ବିଶାଲଙ୍କ ନାଁ ଘୋଷଣା ହେବା ପରେ ତାଙ୍କ ମା’ ଭାବବିହ୍ୱଳ ହୋଇପଡ଼ିଥିଲେ । ଗ୍ରାଣ୍ଡ ଫିନାଲେ ଏପିସୋଡରେ ପ୍ରତିଯୋଗୀମାନଙ୍କ ସହ ଶୋ’ର ଜଜ୍ମାନେ ଡ୍ୟାନ୍ସ କରିଥିଲେ । ତେବେ ଏହି ସନ୍ଧ୍ୟାର ସବୁଠୁ ଆକର୍ଷଣୀୟ ଥିଲା ଧକ୍ ଧକ୍ ଗର୍ଲ ମାଧୁରୀ ଦୀକ୍ଷିତଙ୍କ ଡ୍ୟାନ୍ସ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ