ବାପାଙ୍କ ନାଆଁ ଗୋଟିଏ ରାଜ୍ୟର ନାମ, ଆଉ ପୁଅର ରାଜଧାନୀର
ଭୋପାଳ: ମଧ୍ୟ ପ୍ରଦେଶର ରାଜଧାନୀ ହେଉଛି ଭୋପାଳ । ଏକଥା ସମସ୍ତଙ୍କୁ ଜଣା । ଏହି ରାଜ୍ୟରେ ରହୁଥିବା ଜଣେ ଲୋକଙ୍କର ନାମ ମଧ୍ୟ ପ୍ରଦେଶ ସିଂହ । ଏବେ ସେ ନିଜ ପୁଅର ନାମ ଭୋପାଳ ରଖି ଚର୍ଚ୍ଚାରେ ଅଛନ୍ତି । ମଧ୍ୟପ୍ରଦେଶ ସିଂହ ଝାବୁଆର ଏକ କଲେଜରେ ସେ ପ୍ରଫେସର ଭାବେ କାର୍ଯ୍ୟରତ । ସେ ଜଣେ ଭୂଗୋଳ ଶିକ୍ଷକ । କିଛି ଦିନ ତଳେ ସେ ନିଷ୍ପତ୍ତି ନେଇଥିଲେ ଯେ ମଧ୍ୟପ୍ରଦେଶର ରାଜଧାନୀର ନାମ ଅନୁସାରେ ପୁଅର ନାମ ଭୋପାଳ ସିଂହ ରଖି ରଖିବେ । ଆଉ ତିନି ମାସ ତଳେ ତାଙ୍କର ପୁତ୍ର ସନ୍ତାନ ଜନ୍ମ ହେବା ପରେ ସେ ପୁଅର ନାମ ବି ରଖିଛନ୍ତି ଭୋପାଳ ସିଂହ । ମଧ୍ୟ ପ୍ରଦେଶ ସିଂହଙ୍କୁ ଏହି ନାମ ତାଙ୍କ ବାପା ଦେଇଥିଲେ ବି ସେ ନିଜ ନାମକୁ ନେଇ ସନ୍ତୁଷ୍ଟ ନ ଥିଲେ । ତେଣୁ ସେ ପୂର୍ବରୁ ଯୋଜନା କରିଥିଲେ ଯେ, ଯଦି ପୁଅ ହେବ ତେବେ ତା’ ନାଁ ମଧ୍ୟପ୍ରଦେଶର ରାଜଧାନୀର ନାମ ଅନୁସାରେ ଭୋପାଳ ସିଂହ ରଖିବେ ବୋଲି କହିଛନ୍ତି । ମଧ୍ୟପ୍ରଦେଶ ସିଂହ ଆହୁରି ମଧ୍ୟ କହିଛନ୍ତି ଯେ ସେ ଖୁସି ନ ଥିଲେ ହେଲେ ଏବେ ପୁଅ ନାଆଁ ଭୋପାଳ ଦେଇ ଖୁବ୍ ଖୁସି ଅଛନ୍ତି ।


