ବାପ ପୁଅ କରୋନା ଆକ୍ରାନ୍ତ

ଭୁବନେଶ୍ବର : ବାପ ପୁଅ ଦୁଇଜଣ କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ମିଳିଛି । ଖୋର୍ଦ୍ଧା ଜିଲ୍ଲାରୁ ଆଜି ଚିହ୍ନଟ ୫ ଆକ୍ରାନ୍ତଙ୍କ ମଧ୍ୟରେ ଏହି ବାପ-ପୁଅ ରହିଛନ୍ତି । ପୁଅର ବୟସ ତିନି ବର୍ଷ ହୋଇଥିବାବେଳେ ବାପାଙ୍କ ବୟସ ୪୧ ବର୍ଷ ବୋଲି ଜଣାପଡିଛି । ଦୁହେଁ ୧୦ ତାରିଖରେ ଅହମ୍ମଦାବାଦରୁ ଫେରିଥିବାବେଳେ ବେଗୁନିଆ ବ୍ଲକ ହୀରାପୁର କ୍ବାରେଣ୍ଟିନ୍‌ କେନ୍ଦ୍ରରେ ଉଭୟ ରହୁଥିଲେ। ଚିହ୍ନଟ ପରେ ଉଭୟଙ୍କୁ ଭୁବନେଶ୍ବର କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ବାପ ପୁଅ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଆଜି ରାଜ୍ୟରେ ୧୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ଚିହ୍ନଟ ନୂତନ ୫ ଆକ୍ରାନ୍ତଙ୍କ ପରେ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୨କୁ ବୃଦ୍ଧି ହୋଇଛି । ଜିଲ୍ଲାରେ ୫୧ ଜଣ ସୁସ୍ଥ ହୋଇଥିବାବେଳେ ଏବେ ୨୮ ଜଣ ସକ୍ରିୟ ରହିଛନ୍ତି ଓ ତିନିଜଣଙ୍କର ମୃତ୍ୟୁ ଘଟିଛି । ରାଜ୍ୟରେ ଏବେ ସର୍ବମୋଟ ସଂକ୍ରମିତଙ୍କ ସଂଖ୍ୟା ୧୪୩୮ରେ ପହଞ୍ଚିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ