ଛତ୍ରପୁର ଆମ ପୁଲିସ ସମିତ ପକ୍ଷରୁ ପଞ୍ଚାୟତ ପ୍ରତିନିଧିଙ୍କୁ ସଚେତନତା କାର୍ଯ୍ୟକ୍ରମ
ଛତ୍ରପୁର, (ଦେବଦତ୍ତ ମହାରଣା) : ଛତ୍ରପୁର ଆଦର୍ଶ ଥାନା ଆମ ପୁଲିସ୍ ସମିତି ପକ୍ଷରୁ ସ୍ଥାନୀୟ ଶିବ କୁମାର ରିଡିଂ ରୁମ୍ ପରିସରରେ ଛତ୍ରପୁର ଥାନା ଅଧିନରେ ଥିବା ସମସ୍ତ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଛତ୍ରପୁର ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଛତ୍ରପୁର ପ୍ରେସ୍ କ୍ଲବର ସଭାପତି ପ୍ରଶାନ୍ତ କୁମାର ମହାରଣା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଭାବେ ଗଞ୍ଜାମ ପୁଲିସ୍ ଜିଲ୍ଲାର ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର ଯୋଗଦେଇ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କିପରି ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇପାରିବ ସେଥି ନିମନ୍ତେ ସଚେତନତା କରିବା ସହିତ ଚାଲିଥିବା ପାର୍ବଣ ଋତୁରେ କିପରି ଗ୍ରାମାଞ୍ଚଳରେ କୋଭିଡ୍ କଟକଣାରେ ପାଳନ କରାଯିବ ସେଥି ନିମନ୍ତେ ସହଯୋଗ କାମନା କରିଥିଲେ । ଗ୍ରାମାଞ୍ଚଳରେ ଚୋରାମଦ କାରାବାର, ଜୁଆ ଖେଳ, ଅସାମାଜିକ କାର୍ଯ୍ୟକଳାପକୁ ରୋକା ଯାଇପାରିବ ସେଥି ନିମନ୍ତେ ଥାନାଅଧିକାରୀ ଶ୍ରୀ ପ୍ରଧାନ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ସହଯୋଗ କରିବା ପାଇଁ କହିବା ସହ ପୁଲିସ ଓ ପିଆରଆଇ ମେମ୍ବର ମାନଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବା ନିମନ୍ତେ ଅନୁରୋଧ କରିଥିଲେ । ପଞ୍ଚାୟତ ଗୁଡିକରେ ସିସି କ୍ୟାମେରା ଲଗାଇବା ଉପରେ ଥାନା ଅଧିକାରୀ ସମସ୍ତ ସରପଞ୍ଚ ମାନଙ୍କୁ ଅନୁରୋଧ କରିଥିଲେ । ଏହି ଅବସରରେ ୨୧ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଏସ୍. କିଶୋର ରେଡ୍ଡି, ୧୯ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ କୁମାର ପ୍ରଧାନ, ପୋଡାପଦର ସରପଞ୍ଚ ପିତାମ୍ବର ପଣ୍ଡା, ବିପୁଳିଙ୍ଗି ସରପଞ୍ଚ ଟି. ନରସିଂହ ରେଡ୍ଡି, ସମିତିସଭ୍ୟ ଜୟଦେବ ଲେଙ୍କା, ମହାନାଦପୁର ସମିତିସଭ୍ୟ ଅଶୋକ କୁମାର ପାଣିଗ୍ରାହୀ, ବଡମାଧପୁର ସରପଞ୍ଚ ଶରତ ଖୁଣ୍ଟିଆ, ଭିକାରିପଲ୍ଲୀ ସରପଞ୍ଚ ଧବଳେଶ୍ୱର ପ୍ରଧାନ, ସମିତିସଭ୍ୟ ଭାଗିରଥି ପ୍ରଧାନ, ପୂର୍ବତନ ସରପଞ୍ଚ ସୋମନାଥ ବେହେରା, ଯୁଧିଷ୍ଠିର ଗୌଡ, ଶମ୍ଭୁନାଥ ସ୍ୱାଇଁ, ରମେଶ ବାରିକ, ସୁକାନ୍ତ ନାହାକ, ଦୁର୍ଯ୍ୟୋଧନ ପରିଡା, ମାଣିକ ମହାରଣା, ଗଜେନ୍ଦ୍ର ପଲାଇଙ୍କ ସମେତ ବହୁ ପଞ୍ଚାୟତ ପ୍ରତିନିଧି ମାନେ ଯୋଗଦେଇ ପୁଲିସ ର ଏଭଳି ଆଗୁଆ ସଚେତନମୂଳକ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଥାନା ଅଂଚଳରେ ଶାନ୍ତି ଶୃଙ୍ଖଳା ବଜାୟି ରଖିବା ନିମନ୍ତେ ନିଜ ନିଜ ବକ୍ତବ୍ୟରେ କହିଥିଲେ । ଶେଷରେ ସବ ଇନସିପେକ୍ଟର ସତ୍ୟଜିତ୍ ବେଣିଆ ଧନ୍ୟବାଦ ଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଛତ୍ରପୁର ଥାନାର ଅଧିକାରୀ ଓ କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ ।


