ବାବା ସିନ୍ଧୁକେଶ୍ୱର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ: ଯୋଗ ଦେଲେ ପିସିସି ସଭାପତି
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଅଣିଜୋ ଖେଳ ପଡିଆ ଠାରେ ଅନୁଷ୍ଠିତ ହେଉଥିବା ଆର୍ନ୍ତରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି । ଏଥିରେ ମୋଟ ୮ଟି ଟିମ୍ ଭାଗ ନେଇଥିଲେ । ଜନତ୍ ଇଲେଭେନ୍ ଖଇରା ଓ ରାଧାକୃଷ୍ଣ ଜୀଉ କ୍ରିକେଟ ଟିମ୍, ନରସିଂପୁର ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ରାଧାକୃଷ୍ଣ ଟିମ୍ ଟସ୍ ଜିତି ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୧୫ ଓଭରରେ ୮ ଉଇକେଟ ହରାଇ ୧୧୦ ରନ୍ ସଂଗ୍ରହ କରିଥିଲା । ଜବାବରେ ଜନତ ଇଲେଭେନ୍ ୧୪.୪ ଓଭରରେ ଆବଶ୍ୟକ ରନ୍ କରି ବିଜୟୀ ହୋଇଥିଲା । ବଡ ମହିଷଗୋଠ ପଞ୍ଚାୟତର ପୂର୍ବତନ ସରପଞ୍ଚ ରବି ନାରାୟଣ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣୀ ସଭାରେ ମୁଖ୍ୟ ଅତିଥି ଭାବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗ ଦେଇ କ୍ରୀଡା ବକ୍ତବ୍ୟ ପ୍ରଦାନ କରିବା ସହିତ କେନ୍ଦ୍ର ସରକାରଙ୍କ କୃଷି ବିଲକୁ ସମାଲୋଚନା କରିଥିଲେ । ରାଜ୍ୟ ସରକାର ନିଯୁକ୍ତି ଦେଇ ପାରୁନଥିବାରୁ ବହୁ ବେକାର ଯୁବକ ରାଜ୍ୟ ବାହାରକୁ କର୍ମ ନିଯୁକ୍ତି ପାଇଁ ଯାଉଥିବା କହିଥିଲେ । ଆଗାମୀ ସାଧାରଣ ନିର୍ବାଚନରେ ଏହି ନିର୍ବାଚନ ମଣ୍ଡଳୀରୁ ନିଜେ ପ୍ରାର୍ଥୀ ନହେଲେ ଭଲ ପ୍ରାର୍ଥୀ ଦେବେ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଭଦ୍ରକ ଜିଲା କଂଗ୍ରେସ ସଭାପତି ସୁବ୍ରତ ଦାସ, ଭଦ୍ରକ ନିର୍ବାଚନ ମଣ୍ଡଳୀ ନେତା ନଳିନୀ ମହାନ୍ତି, ଧାମନଗର ନିର୍ବାଚନ ମଣ୍ଡଳୀ ନେତା ବିଦ୍ୟାଧର ଜେନା, ବନ୍ତ ବ୍ଲକ କଂଗ୍ରେସର ପୂର୍ବତନ ସଭାପତି ରାଜ କିଶୋର ସ୍ୱାଇଁ, ଲକ୍ଷ୍ମୀଧର ସାହୁ, ଅଣିଜୋ ସରପଞ୍ଚ ଜଗବନ୍ଧୁ ବେହେରା, ବିଟିପୁର ସରପଞ୍ଚ ସତ୍ୟବାନ ଦାସ, ଯୁବନେତା ଶଙ୍କର୍ଷଣ କୁଣ୍ଡୁଙ୍କ ସମେତ ବନ୍ତ ଓ ଭଣ୍ଡାରିପୋଖରୀ ବ୍ଲକର ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ । ଅମ୍ପାୟର ଭାବେ ରମେଶ ପଣ୍ଡା, ପ୍ରଶାନ୍ତ ପଣ୍ଡା, ପ୍ରହ୍ଲାଦ ସାହୁ ଦାୟୀତ୍ୱ ତୁଲାଇଥିବା ବେଳେ ସୁବାଷ ପଣ୍ଡା, ରତିରଞ୍ଜନ ପଣ୍ଡା, ଗୋପାଳକୃଷ୍ଣ ତ୍ରିପାଠୀ, ମାନସ ପଣ୍ଡା, ନିରଂଜନ ନାୟକ, ବିକାଶ ପଣ୍ଡା, ବିରେନ୍ଦ୍ର ଦାସ, ଉମାକାନ୍ତ ଭୋଳ, ରମେଶ ବେହେରା, ପଦନ ଖମାରୀ ପରିଚାଳନାରେ ସହଯୋଗ କରିଥିଲେ ।


