ବାର୍ଷିକ ବିବରଣୀ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଇନ୍‌ଫୋସିସ୍ ଛକରେ ୨୦୦୦ ମସିହାରେ ସମଗ୍ର ଅଞ୍ଚଳ ଜନମାନବ ଶୂନ୍ୟ ଓ ରାସ୍ତାଘାଟ ଜଙ୍ଗଲ ଭାବେ ଥିବା ସମୟରେ ୪ରୁ ୫ଟି ଉଠାଦୋକାନୀକୁ ନେଇ ଅସ୍ଥାୟୀ ଭାବେ ବେପାର ଆରମ୍ଭ କରି ଇନ୍‌ଫୋସିସ୍ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ଗଢି ଉଠୁଥିବା କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ କର୍ମଚାରୀ, ପଥଚାରୀମାନଙ୍କୁ ସେବା ଯେଗାଇ ଆସୁଥିଲା । କାଳକ୍ରମେ ସହର ଅଭିବୃଦ୍ଧି ଓ ରାସ୍ତାଘାଟର ଉନ୍ନତି ହେଲା, ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗରେ ଏକ ବରିକ ସଂଘ ଗଠିତ ହୋଇ ରେଜେଷ୍ଟ୍ରିଭୁକ୍ତ ହୋଇପାରିଛି । ବର୍ତ୍ତମାନ ଆମ ଅନୁଷ୍ଠାନର ୧୦୦ଜଣ ପାଖାପାଖି ବ୍ୟବସାୟୀ ବ୍ୟବସାୟ କରି ନିଜର ଗୁଜୁରାଣ ମେଣ୍ଟାଇ ପରିାବର ପୋଷଣ କରୁଛନ୍ତି । ବହୁ ଘାତ ପ୍ରତିଘାତ ସମୟରେ ଆମ ୬ ନମ୍ବର ୱାର୍ଡ଼ର ପୂର୍ବତନ କର୍ପୋରେଟର ଶ୍ରୀମତୀ ପ୍ରୀତିନନ୍ଦ ରାଉତରାୟ, ଶ୍ରୀଯୁକ୍ତ ମିହିର କୁମାର ରାଉତ ଓ ଅଞ୍ଚଳର ଗ୍ରାମବାସୀ ଉଠାଦୋକାନ ମହାସଂଘର ସଭାପତି ଶ୍ରୀଯୁକ୍ତ ପ୍ରତାପ କୁମାର ସାହୁ ଆମ୍ଭମାନଙ୍କୁ ପ୍ରେରଣା ଓ ଉତ୍ସାହିତ କରିଆସୁଛନ୍ତି । ସେଥିପାଇଁ ସଂଘ ତରଫରୁ ଆମେ ଚିର ଋଣୀ । ସଂଘ ତରଫରୁ କରୋନା ଲକଡ଼ାଉନ ସମୟରେ ନିଜସ୍ୱ ପାଣ୍ଠିରୁ ବୁଲା କୁକୁର, ଗାଈଗୋରୁ, ପକ୍ଷୀ ଓ ଅସହାୟମାନଙ୍କୁ ଖାଦ୍ୟ ବଣ୍ଟନ କରିଥିଲୁ ଏବଂ ଏହିପରି ଅସହାୟ, ନିରାଶ୍ରୟ ଲୋକମାନଙ୍କୁ ସାହାଯ୍ୟର ହାତ ବଢାଇଥିଲେ, ସେମାନେ ହେଉଛନ୍ତି କରୋନା ଯୋଦ୍ଧା । ତେଣୁ ବିଭନ୍ନ ଅଞ୍ଚଳର କିଛି କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିବା ପାଇଁ ଆମେ ନିଷ୍ପତ୍ତି ନେଇଥିଲୁ ।ଆମ ମାନ୍ୟବର ଉତ୍ତର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତ, ଶ୍ରୀମତୀ ପ୍ରୀତିନନ୍ଦା ରାଉତରାୟ, ଶ୍ରୀଯୁକ୍ତ ମିହିର କୁମାର ରାଉତ, ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ପାତ୍ର, ଶ୍ରୀଯୁକ୍ତ କାଳୀଚରଣ ସିଂ, ସମାଜସେବୀ ଅତିଥିଭାବେ ରହିଥିବାରୁ ଏବଂ କରୋନା ଯୋଦ୍ଧା ଭାବେ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ସମ୍ମତି ପ୍ରଦାନ କରିବାରୁ ଆମେ ସେମାନଙ୍କ ନିକଟରେ ଚିର ଋଣୀ ଏବଂ ସେମାନଙ୍କ ଆଶୀର୍ବାଦ ଆଗାମୀ ଦିନରେ ଆମ୍ଭମାନଙ୍କୁ ଉତ୍ସାହିତ କରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ