ଗଜପତି ପୋଲିସ,ରାଜସ୍ୱ,ବନ ଓ ଅବକାରୀ ବିଭାଗର ମିଳିତ ଚଢାଉ ପୁଣି ୧୦କୋଟି ଟଙ୍କାର ଚୋରା ଗଞ୍ଜେଇ ଚାଷକୁ ପୋଡି ନଷ୍ଟ କରାଗଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାପାଳ ଅନୁପମ ସାହା,ଜିଲ୍ଲା ଏସପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଗଜପତି ଜିଲ୍ଲାରେ ଚୋରା ଗଞ୍ଜେଇ ଚାଷ ଓ କାରବାରକୁ ସମ୍ପୁର୍ଣ୍ଣ ରୁପେ ବନ୍ଦ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଜିଲ୍ଲା ପୋଲିସ,ରାଜସ୍ୱ,ବନ ଓ ଅବକାରୀ ବିଭାଗର ମିଳିତ ଚଢାଉରେ ଗଜପତି ଜିଲ୍ଲାର ଏକ ଦୁର୍ଗମ ବନପାହାଡ ଘେରା ଅଞ୍ଚଳରୁ ୫୨ ଏକର ଜଙ୍ଗଲ ବିଭାଗ ଜମିରେ ଚାଷ କରାଯାଇଥିବା ୧୦କୋଟି ଟଙ୍କାରୁ ଉର୍ଦ୍ଧ ଚୋରା ଗଞ୍ଜେଇ ଚାଷକୁ ପୋଡି ନଷ୍ଟ କରି ଦିଆଯାଇଛି । ଘଟଣାରୁ ପ୍ରକାଶ ଗଜପତି ଜିଲ୍ଲାର ଯୁବ ଗ୍ରାମପଞ୍ଚାୟତର ବୋମ୍ ଗ୍ରାମ ନିକଟରେ ଥିବା ଦୁର୍ଗମ ବନପାହାଡ ଘେରା ଅଞ୍ଚଳରେ ଚୋରା ଗଞ୍ଜେଇ ଚାଷ କରାଯାଇଥିବା ଅଭିଯୋଗ ଜିଲ୍ଲା ପ୍ରଶାସନ ଓ ପୋଲିସ ଠାରେ ପହଞ୍ଚିଥିଲା । ଏହାକୁ ଭିତ୍ତି କରି ଗତକାଲି ମୋହନା ଥାନା ଠାରୁ ୩୦ କିମି ଦୁରରେ ଥିବା ବୋମ୍ ଠାରେ ଗଜପତି ପୋଲିସ,ରାଜସ୍ୱ,ବନ ଓ ଅବକାରୀ ବିଭାଗର ମିଳିତ ଚଢାଉ କରିଥିଲେ । ୨କିମିରୁ ଉର୍ଦ୍ଧ ପାହାଡକୁ ପାଦଚଲାରେ ଅତିକ୍ରମ କରି ୫୨ ଏକର ପରିମିତ ଦୁର୍ଗମ ବନପାହାଡ ଘେରା ଅଞ୍ଚଳରୁ ଏକ ଲକ୍ଷରୁ ଉର୍ଦ୍ଧ ଗଞ୍ଜେଇ ଗଛ ଯାହାକି ୧୦କୋଟି ଟଙ୍କାରୁ ଉର୍ଦ୍ଧ ହେବ । ସେ ସବୁ ଚୋରା ଗଞ୍ଜେଇ ଚାଷକୁ ପୋଡି ନଷ୍ଟ କରିଛନ୍ତି । ଏହି ଘଟଣାରେ କେହି ଗିରଫ ହୋଇ ନଥିବା ସୁଚନା ମିଲିଛି । ଗଜପତି ଜିଲ୍ଲା ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ କହିଛନ୍ତି,ରାଜସ୍ୱ,ବନ ଓ ଅବକାରୀ ବିଭାଗ ସମେତ ଆମ ପୋଲିସ ଦଳଙ୍କ ମିଳିତ ଚଢାଉରେ ଏହି ବିପୁଳ ପରିମାଣ ଅଞ୍ଚଳର ଗଞ୍ଜେଇ ଚାଷକୁ ପୋଡି ନଷ୍ଟ କରି ଦିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ