ବାଲିଆ ନିଗମ ଏଚପି ଫିଲିଂ ଷ୍ଟେସନ ପକ୍ଷରୁ ଗାଡିଚାଳକଙ୍କୁ ମାଗଣା ରନ୍ଧାଖାଦ୍ୟ ବଂଟନ
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ପଂଚାୟତର ବାଲିଆ ସ୍ଥିତ ନିଗମ ଏଚପି ଫିଲିଂ ଷ୍ଟେସନ ପକ୍ଷରୁ ଗାଡି ଚାଳକମାନଙ୍କୁ ୪ଦିନ ହେବ ମାଗଣା ରନ୍ଧା ଖାଦ୍ୟ ପୁଡିଆ ବଂଟନ କରାଯାଉଛି । ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ପ୍ରଥମେ ଜଣେ ଗାଡିଚାଳକଙ୍କୁ ରନ୍ଧା ଖାଦ୍ୟ ପୁଡିଆ ଦେଇ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭାଗବତପୁର ପଂଚାୟତର ସରପଂଚ ଧରଣୀଧର ଦାସ, ସମିତିସଭ୍ୟ ଧିରେନ୍ଦ୍ର ନାଥ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ନିଗମ ଏଚପି ଫିଲିଂ ଷ୍ଟେସନର ଡିଲର, ବାଲିଆ ବଜାର କମିଟି ସଭାପତି ତଥା ସମାଜସେବୀ ପ୍ରମୋଦ କୁମାର ସାହୁ ସ୍ଥାନୀୟ ବୁଦ୍ଧିଜୀବିଙ୍କ ସହଯୋଗରେ ି ରନ୍ଧା ଖାଦ୍ୟକୁ ଫିଲିଂ ଷ୍ଟେସନ ନିକଟରେ କଟକ – ଚାନ୍ଦବାଲି ରାସ୍ତାରେ ଯାଉଥିବା ଗାଡି ଗୁଡିକର ଚାଳକ ଓ ହେଲପରମାନଙ୍କୁ ପ୍ରତ୍ୟେକ ଦିନ ମାଗଣାରେ ପ୍ରଦାନ କରୁଛନ୍ତି । ରାସ୍ତା କଡରେ ଥିବା ହୋଟେଲ ଓ ଢାବା ଗୁଡିକ କୋଭିଡ -୧୯ ଲକଡାଉନ ପାଇଁ ବନ୍ଦ ଥିବାରୁ ଗାଡି ଚାଳକ ଓ ହେଲପରମାନେ ଖାଇବା ପାଇଁ ଅସୁବିଧାର ସମ୍ମୁଖିନ ହେଉଥିବାରୁ ସେମାନେ ଏହି ଖାଦ୍ୟକୁ ଆନନ୍ଦର ସହିତ ଖାଉଥିବାର ଦେଖିବାକୁ ମିଳିଛି ।


