ରିଲିଜ ହେଲା ‘ଗଡ଼ ଅଫ କ୍ରିକେଟ’ର ମୋସନ ପୋଷ୍ଟର

କୋରୋନା ଭାଇରସ ସହିତ ଚାଲିଥିବା ଲଢ଼େଇରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଚିକିତ୍ସକ, ନର୍ସ, ଚିକିତ୍ସା ସହଯୋଗୀ, ପୋଲିସ, ସେନାକର୍ମୀ ଓ ସଫେଇ କର୍ମୀଙ୍କ ସମ୍ମାନରେ ସଚିନ ତେନ୍ଦୁଲକର ନିଜର ୪୭ତମ ଜନ୍ମଦିନ ପାଳନ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ତାଙ୍କ ଜନ୍ମଦିନରେ ‘ଗଡ ଅଫ କ୍ରିକେଟ’ର ମୋସନ ପୋଷ୍ଟର ରିଲିଜ ହୋଇଛି। ଏହା ମହାନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଦ୍ବାରା ପ୍ରେରିତ। ଏହି ମୋସନ ପୋଷ୍ଟରରେ ମହେଶ ଭଟ୍ଟ ସ୍ବର ଦେଇଛନ୍ତି। ଏଥି ସହିତ ଫିଲ୍ମର ନୂଆ ରିଲିଜ ଡେଟ ମଧ୍ୟ ମୋସନ ପୋଷ୍ଟରରେ ଜାରି କରାଯାଇଛି। ଫିଲ୍ମ ନିର୍ମାତା ବିନୟ ଭରଦ୍ବାଜ କହିଛନ୍ତି ଯେ ମହେଶ ଭଟ୍ଟ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଜନ୍ମଦିନରେ ରିଲିଜ ହୋଇଥିବା ମୋସନ ପୋଷ୍ଟରରେ ଭଏସ ଅଫ ହୋପ ଦେଇଛନ୍ତି। ଫିଲ୍ମର ମୋସନ ପୋଷ୍ଟର ବହୁତ ପ୍ରେରଣାଦାୟକ। ଏଥିରେ ଜଣେ ଯୁବ କ୍ରିକେଟର କହୁଥିବା ଶୁଣିବାକୁ ମିଳୁଛି ଯେ ଯେତେବେଳେ ଗଡ଼ କହିଲେ ଖେଳିବାକୁ, ସେତେବେଳେ କେବଳ ଖେଳିବାକୁ ପଡ଼ିବ। ମହେଶ ଭଟ୍ଟ ଫିଲ୍ମର ମୋସନ ପୋଷ୍ଟର ସହ ଟ୍ବିଟ କରି ଲେଖିଛନ୍ତି ଯେ ଜଣେ ବାସ୍ତବ ହିରୋ ଜାଣିଥାଏ ଯେ ଏବେ ତୋଫାନ ହୋଇପାରେ। କିନ୍ତୁ ସବୁବେଳେ ବର୍ଷା ହୋଇ ନ ଥାଏ। ପଲବାନ ସଂଗ୍ରାମ ସିଂ ଏହି ଫିଲ୍ମରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଖେଳ ଆଧାରିତ ଫିଲ୍ମରେ କାମ କରିବା ତାଙ୍କ ପାଇଁ ବହୁତ ଭଲ। କାରଣ ଖେଳ ଓ ଖେଳ ପ୍ରତି ପ୍ରେରଣା ଦେବାରେ ସେ ସକ୍ରିୟ ରୂପରେ ସାମିଲ ରହିଛନ୍ତି। ଏହି କାହାଣୀ କ୍ରିକେଟକୁ ସମର୍ପିତ। ଯେଉଁଥିରେ ଜଣେ ଛୋଟ ପିଲା କ୍ରିକେଟର ବହୁତ ବଡ଼ ପ୍ରଶଂସକ। ପ୍ରତିଷ୍ଠିତ କ୍ରିକେଟରଙ୍କ ପାଇଁ ଏହା ଏକ ଶ୍ରଦ୍ଧାଞ୍ଜଳି। ଫିଲ୍ମଟି ସଚିନ ତେନ୍ଦୁଲକରଙ୍କ ଜଣେ ବଡ଼ ପ୍ରଶଂସକ ପିଲା ଉପରେ ଆଧାରିତ। ତେବେ ଏହା ବ୍ୟତୀତ ଆଉ କିଛି ସୂଚନା ଦିଆଯାଇ ନାହିଁ ବୋଲି ସଂଗ୍ରାମ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ