ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଚଢ଼ାଉ : ୮୦ ଲିଟର ମହୁଲି ମଦସହ ଦୁଇ ଗିରଫ

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): ଗୋଟିଏ ପଟେ ମହାମାରୀ କରୋନା ମୁକାବିଲା ନେଇ ସରକାର ଚିନ୍ତିତ ଥିବାବେଳେ ଅନ୍ୟପଟେ ଅସାଧୁ ବ୍ୟବସାୟୀଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ବେଆଇନ୍ ମଦ କାରବାର କରି ଅଧିକ ଲାଭ ଉଠାଇବାକୁ ଲାଗି ପଡିଛନ୍ତି ଚୋରା ମଦ ବେପାରୀ । ଏହାକୁ ରୋକିବାରେ କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସ ପକ୍ଷରୁ ଜୋରଦାର୍ ପ୍ରୟାସ ଚାଲିଛି । ଲକ୍ ଡାଉନ୍ ର ଫାଇଦା ଉଠାଇବାକୁ ଅସାଧୁ ବ୍ୟବସାୟୀମାନେ ଯେତିକି ତତ୍ପର ବାଲିଗୁଡ଼ା ପୋଲିସ୍ ମଧ୍ୟ ଚୋରାଚାଲାଣ ଓ ଚୋରା ବେପାରୀଙ୍କ ସମସ୍ତ ଉଦ୍ୟମକୁ ଭଣ୍ଡୁର କରିବା ପାଇଁ ଆଉ ଦୁଇ ପାଦ ଆଗରେ ରହି ତତ୍ପର ହୋଇ ଉଠିଛନ୍ତି l ଏଭଳି ସ୍ଥିତିରେ ବାଲିଗୁଡ଼ା ଥାନା ଲଣ୍ଡାଗାଁ ଅଞ୍ଚଳରେ ମହୁଲି ମଦ ଚୋରାଚାଲାଣ ଚାଲିଥିବା ବେଳେ ଚଢ଼ାଉ କରି ୮୦ ଲିଟର ମହୁଲି ମଦ ଜବତ କରିବାସହ ଦୁଇଜଣ ମଦ ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବାଲିଗୁଡ଼ା ପୋଲିସ୍ । ଗିରଫ ଦୁଇଜଣ ବାଲିଗୁଡ଼ା ଥାନା ଅନାଗୁଳ ଅଞ୍ଚଳର ସୁସିଲ କୋଣ୍ଡା ଓ ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଅଞ୍ଚଳର ପୁର୍ଣ୍ଣ ବାଗ୍ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ସେପଟେ ଏହି ଅଭିଯାନ ଆଗକୁ ମଧ୍ୟ ଜାରିରହିବ ଏବଂ ଏଭଳି ଲୋକମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାଲିଗୁଡ଼ା ଆଇଆଇସି ପ୍ରଶାନ୍ତ କୁମାର ବେହେରା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ