ବାଲିଗୁଡାର ପୂର୍ବତନ ବିଧାୟକ ସ୍ବର୍ଗତ ସାହୁରା ମଲିକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳନ..

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସାହୁରା ମଲିକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ନିଜ ଗ୍ରାମ ସୁଡ୍ରା ପଞ୍ଚାୟତ ନିଜ ଘରେ ପରିବାର ସହିତ ସାମାଜିକ ଦୂରତା ରଖି ପାଳିତ ହୋଇଯାଇଛି। ସେ କନ୍ଧମାଳ ଜିଲ୍ଲା ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ତିନି ଥର ବିଧାୟକ ଭାବେ କାର୍ଯ୍ୟ କରିଥିଲେ। ତାଙ୍କର କାର୍ଯ୍ୟ କାଳ ସମୟରେ କଟକ ଠାରୁ ସୁଡ୍ରା ପର୍ଯ୍ୟନ୍ତ ଭାୟା ବାଲିଗୁଡା ଦେଇ ଓଡିଶା ସରକାରୀ ବସ ଚଳାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିବା ସହ ଶିକ୍ଷା, ସ୍ୱାସ୍ଥ୍ୟ,ଗମନା ଗମନ ତଥା ଜନସାଧାରଣ ଙ୍କ ସୁଖ ଦୁଃଖରେ ଆଗେଇ ଆସୁଥିଲେ l ଯାହାକି, କନ୍ଧମାଳବାସୀ ଙ୍କ ପାଇଁ ସେ ପ୍ରେରଣା ର ପ୍ରତୀକ ଥିଲେ ବୋଲି କହିଲେ ଅତିଉକ୍ତି ହେବ ନାହିଁ l ତାଙ୍କର ପ୍ରେରଣା ନିଜର ଜନ୍ମ ମାଟି ସୁଡ୍ରା ଠାରୁ ବାଲିଗୁଡା ପର୍ଯ୍ୟନ୍ତ ଅତି ଉଚ୍ଚ ମାନର ଥିଲା।ଆଜିର ଏହି ବାର୍ଷିକ ଶ୍ରାଦ୍ଧ ଦିବସରେ କନ୍ଧମାଳ ବାସୀଙ୍କ ପାଇଁ ପ୍ରିୟ ବିଧାୟକ ରୂପେ ସେ ପୂଜ୍ୟ ହୋଇ ପାରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ