ଫୁଲବାଣୀ ସହରରୁ ହଟିଲା କଣ୍ଟେନମେଣ୍ଟ ଜାରି ରହିବ ଲକ୍‌ଡାଉନ୍ କଟକଣା

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ସଦର ମହକୁମା ଫୁଲବାଣୀ ସହରରେ ଲାଗୁ ହୋଇଥିବା କଣ୍ଟେନମେଣ୍ଟ ଜୋନ୍‌କୁ ଜିଲ୍ଲା ପ୍ରଶାସନ ବୁଧବାର ଠାରୁ ହଟାଇ ଦେଇଛି। ସହରର ୪ଟି ଅଞ୍ଚଳ ତୋଟାସାହି, ନୁଆ ସାହି, ଶଗଡିଆ ସାହି ଓ ମୋଚିସାହିରେ ପୂର୍ବ ଭଳି କଣ୍ଟେନମେଣ୍ଟ ଜୋନ୍ ରହିବ। ତେବେ କଣ୍ଟେନମେଣ୍ଟ ହଟିଥିଲେ ମଧ୍ୟ ସହରରେ ଲକଡାଉନ ରହିବ। କେବଳ ଅତ୍ୟାବଶ୍ୟକ ସାମଗ୍ରୀ, ପରିବା, ଗ୍ରୋସେରୀ, କ୍ଷୀର ଦୋକାନ ସକାଳ ୭ରୁ ୧ଟା ପର‌୍ୟ୍ୟନ୍ତ ଖୋଲିବ ରହିବ । ଔଷଧ ଦୋକାନ ଓ ପେଟ୍ରୋଲ ପମ୍ପ ଦିନ ସାରା ଖୋଲି ପାରିବ। ତେବେ କୋଭିଡ୍ ନିୟମକୁ କଡାକଡି ପାଳନ କରିବାକୁ କୁହାଯାଇଛି । ଯିଏ ଏଥିରେ ଖିଲାପ କରିବ ତାହା ବିରୋଧରେ ଆଇନଗତ କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ ଯେ, ସହରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଗତ ଜୁନ୍ ୨୨ତାରିଖରୁ ସହରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା। ତେବେ ଦୀର୍ଘ ୧୫ ଦିନରୁ ଅଧିକ ସମୟ ଧରି ଅବରୋଧ ହୋଇ ରହିଥିବା ସହରବାସୀ ନାହିଁ ନଥିବା ଅସୁବିଧା ହେଉଥିଲା। ସହରରେ ଅସନ୍ତୋଷ ବଢିବା ସହ କଣ୍ଟେନମେଣ୍ଟ ହଟାଇବାକୁ ଦାବି ଜୋର ଧରିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ