ବାଲିଗୁଡା ଏନଏସି ଦ୍ୱାରା କିନର ମାନଙ୍କୁ ଆତ୍ମନିର୍ଭରଶିଳ କରିବାକୁ ପ୍ରୟାସ କିନର ମାନେ ଚଲାଇବେ ଏନଏସି ଗାଡି
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ଏନଏସି ବର୍ତମାନ କିନର ମାନଙ୍କୁ ଆତ୍ମନିର୍ଭରଶିଳ କରିବାକୁ ଏକ ପ୍ରୟାସ ଆରମ୍ଭ କରିଛନ୍ତି । ସ୍ୱଛ ଭାରତ ଅଭିଯାନ ଓ ବର୍ଯ୍ୟବସ୍ତୁ ପରିଚାଳନା ଯୋଜନାରେ ଦୁଇଟି ବେଟ୍ରିଚାଳିତ ନୁତନ ଅଟୋକୁ ଉଦଘାଟନ କରାଯାଇଛି । ଏହି ଦୁଇଟି ଅଟୋ ସହରର ମଧ୍ୟରେବିଭିନ୍ନ ୱାର୍ଡରେ ଘରକୁ ଘର ବୁଲି ଘର ମାନଙ୍କରୁ ଅଳିଆ ଆବର୍ଜନ ସଂଗ୍ରହ କରିବେ । ଏହି ଅଳିଆ ଆବର୍ଜନାକୁ ସୁଖିଲା ଅଲଗା ଓ ଓଦା ବର୍ଯ୍ୟବସ୍ତୁକୁ ଅଲଗା ସଂଗ୍ରହ କରିବ । ଏହି ଦୁଇଟି ବେଟ୍ରି ଚାଳିତ ଅଟୋକୁ ବାଲିଗୁଡା ସହରରେ ଥିବା ହିଂଜିଡା ମାନେ ଚଲାଇବେ ବା ଡ୍ରାଇଭିଂ କରିବେ । ଏହି ଅଟୋକୁ ଉଦଘାଟନ ଏବଂ କିନର ମାନଙ୍କୁ ଦ୍ୱାୟୀତ୍ୱ କରିଛନ୍ତି ବାଲିଗୁଡା ଉପଜିଲ୍ଲାପାଳ ତଥା ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଡ.ଶୁଭଙ୍କର ମହାପାତ୍ର ଓ ଅଧକ୍ଷ ଲୋକନାଥ ପାଢୀ । ଉଦଘାଟନୀ ଉତ୍ସବରେ ସାନିଟାଇଜ ଏକ୍ସପୋର୍ଟ ଜୟପାଲ ବଳିଆର ସିଂ ଓ ଏସଆଇ ରାଜ କିଶୋର ସାହୁ ଉପସ୍ଥିତ ଥିଲେ । ଅଧକ୍ଷ ଲୋକନାଥ କହିଛନ୍ତି ଏହି ଯୋଜନାରେ ଆମେ ବାଲିଗୁଡା ସହରରେ ରହୁଥିବା କିନର ମାନଙ୍କୁ ଆତ୍ମ ନିର୍ଭରଶିଳ କରିବାର ଏହା ଏକ ପ୍ରୟାସ,ଏହି ଦୁଇ ଗାଡି ଏନଏସି ଦ୍ୱାରା ପରିଚାଳିତ ହେବ କିନ୍ତୁ ଏହି ବେଟ୍ରିଚାଳିତ ଗାଡିକୁ ଏମାନେ ଚଲାଇବେ । ଆଗାମି ଦିନରେ ଏନଏସିକୁ ଆହୁରୀ ଏହି ଭଳି ଗାଡି ଆସିବ ଯାହାକୁ କି ଏହି ଭଳି ଲୋକଙ୍କୁ ଆତ୍ମନିର୍ଭରଶିଳ କରାଯିବ,ହିଜିଡା ମାନଙ୍କୁ ଆମେ ସୁଇପର ବା ଝାଡୁଦାର ଭାବେ ବି କାର୍ଯ୍ୟକରିବାକୁ ଯଦୀ ଆବେଦନ କରିବେ ତେବେ ସେମାନଙ୍କୁ ଅତ୍ମନିଯୁକ୍ତି ପାଇଁ ରଖାଯି ବୋଲି କହିଛନ୍ତି ଅଧକ୍ଷ ।


