ବାଲିଗୁଡା ବ୍ଲକ ପ୍ରାଥମିକ ଶିକ୍ଷକ ଶୋଭାଯାତ୍ରା ଓ ଦାବୀପତ୍ର ପ୍ରଦାନ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ବ୍ଲକର ପ୍ରାଥମିକ ସଂଘର ସଭାପତି ପ୍ରଶାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ସ୍ଥାନୀୟ ନୁଆସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ବାହାରି ଗୋଷ୍ଠିଶିକ୍ଷା ଅଧିକାରୀଙ୍କ କାର୍ଯ୍ୟଳୟକୁ ଯାଇ ମୁଖୂମନ୍ତ୍ରୀଙ୍କ ଉଦ୍ଦେଶ୍ୟରେଗୋଷ୍ଠିଶିକ୍ଷା ଅଧିକାରୀଙ୍କୁ ତିନିଦଫା ଦାବୀ ପତ୍ର ଦେଇଥିଲେ । ନାରାବାଜି ରେ କହିଥିଲେ ଯେ ଅନ୍ୟ କର୍ମଚାରୀ ମାନଙ୍କୁ ମାଉଁସ ଭାତ ପ୍ରାଥମିକ ଶିକ୍ଷକ ସଂଘକୁ ପେଟକୁ ଲାତ,ଏନପିଏସ ପ୍ରଥାଉଛେଦ କର ପୁରୁଣା ପେନସନ ଲାଗୁକର,୪୨୦୦ ଗ୍ରେଡପେ ଆମର ଦାବୀ । ଦାବୀ ପତ୍ରରେ ଉଲ୍ଲେଖ ରହିଛି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟର ଠିକା ନିଯୁକ୍ତି ଉଛେଦ କରିଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାଯା୍୍ର୍ୟରତ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ସହିତ ଶିକ୍ଷାକର୍ମି ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟକାଲକୁ ନେସନାଲ ଇନକ୍ରିମେଣ୍ଟ କରିମୁଳ ଚାକିରୀରେ ଗଣନା କରିବା ସହିତ ଏକ୍ସକ୍ୟାଡର ଶିକ୍ଷକ,କଳା ଓ ଜ୍ରୀଡା ଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରାଯ୍ାଉ ।ସମସ୍ତ ବର୍ଗର ପ୍ରାଥମିକଶିକ୍ଷକ ମାନଙ୍କୁ କେନ୍ଦ୍ରିୟ ହାରରେ ପ୍ରଦାନ କରାଯାଉ ।ନୁତନ ପେନସନ ପ୍ରଥା ଉଚ୍ଛେଦକରି ପୁରୁଣା ପେନସନ ବ୍ୟବସ୍ଥା ପୁନଃପ୍ରଚଳନ କରାଯାଉ । ଆସନ୍ତା ୧୧ ତାରିଖରେ ଜିଲ୍ଲାପାଳ ଓ ଜିଲ୍ଲାଶିକ୍ଷାଅଧିକାରୀଙ୍କୁ ଯାଇ ଦାବୀପତ୍ର ଦେବାର କାର୍ଯ୍ୟକ୍ରମ ରହିଛି । ଯଦୀ ୧୫ ତାରିଖ ମଧ୍ୟରେ ଦାବୀ ପୁରଣ ନକରାଯାଏ ତେବେ ଆସନ୍ତା ୧୬ ତାରିଖରେ ସବୁ ପ୍ରାଥମିକ ବିଦ୍ୟାଳୟକୁ ତାଲା ପକାଇ ଆନ୍ଦୋଳନରେ ବସିବୁ ବୋଲି ଚେତାବନୀ ଦେଇଛନ୍ତି ଏହି ସଂଘ ।


