କଡା ସୁରକ୍ଷା ମଧ୍ୟରେ ଖୋଲିଲା ବାଲିଘାଟ ଟେଣ୍ଡର

ହାଟଡ଼ିହି, (ବିକାଶ ବିଶ୍ୱାଳ) : କେନ୍ଦୁଝର ଜିଲ୍ଲା ହାଟଡିହି ତହସିଲରେ ଆଜି ତିନୋଟି ବାଲିଘାଟ ଟେଣ୍ଡର ଖୋଲା ଯାଇଛି । ବୈତରଣୀ ନଦୀର ଗୋବିନ୍ଦପୁର ,ଅମୃତପୁର, ଜମ୍ଭରା ବାଲିଘାଟ ପାଇଁ ଡକାଯାଇଥିବା ଟେଣ୍ଡର ଆଜି ଖୋଲଯିବାର ଥିବାରୁ ଆନନ୍ଦପୁର ଏସଡିପିଓ ବିଦ୍ୟୁତ ପଣ୍ଡା, ନନ୍ଦିପଦା ଥାନା ଅଧିକାରୀ ମଦନ ମୋହନ ନାୟକଙ୍କ ନେତୃତ୍ୱରେ ଆଜି ତହସିଲ ପରିସରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୩ପ୍ଲାଟୁନ ପୁଲିସ ଫୋର୍ସ ମୃତୟନ କରାଯାଇଥିଲା । ଏହି ଟେଣ୍ଡର ପ୍ରକ୍ରୀୟାରେ ଅନେକ ଭାଗନେଇଥିବାବେଳେ ଶେଷରେ ଅମୃତପୁର ପାଇଁ ପ୍ରଦୀପ ବିଶ୍ୱାଳ ପ୍ରଥମ ସ୍ଥାନରେ ଥିବାବେଳେ ଜି.ଏମ.ଡି. ବୁସଅଲ୍ଲୀ ଖାନ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ସେହିପରି ଗୋବିନ୍ଦପୁର ବାଲିଘାଟ ପାଇଁ ଗଜେନ୍ଦ୍ର କୁମାର ସାହୁ ପ୍ରଥମ ଓ ସୁବ୍ରତ କୁମାର ସା ଦ୍ୱିତୀୟ, ଜମ୍ଭରା ବାଲିଘାଟ ପାଇଁ ଗୁରୁବ୍ରତ ଖଣ୍ଡେଇ ପ୍ରଥମ ଓ ଧବଳେଶ୍ୱର ପଟ୍ଟନାୟକ ଦ୍ୱିତୀୟ ସ୍ଥାନରେ ଥିବା ତହସିଲ ପକ୍ଷରୁ ଘୋଷଣା କରାଯାଇଥିଲା । ତହସିଲଦାର ଗାୟତ୍ରୀ ସୋରେନ, ଅତିରିକ୍ତ ତହସିଲଦାର ରଶ୍ମୀରଞ୍ଜନ ଦାସଙ୍କ ନେତୃତ୍ୱରେ ନାଜର ଶ୍ରୀକାନ୍ତ ଜେନା ଓ ଅନ୍ୟ କର୍ମଚାରୀ ମାନେ ଟେଣ୍ଡର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ