ସୋସୋ ସଂଗରୋଧ କେନ୍ଦ୍ରରୁ ମହିଳା ନିଖୋଜ

ହାଟଡ଼ିହି, (ବିକାଶ ବିଶ୍ୱାଳ) : ସୋସୋ ସଂଗରୋଧ କେନ୍ଦ୍ରରୁ ଜଣେ ମହିଳା ନିଖୋଜ ହୋଇଯାଇଥିବା ନେଇ ମହିଳାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାଇ ବେରୁଣପଦି ଗ୍ରାମର ଜଣେ ମହିଳା ବାହାର ରାଜ୍ୟରେ ରହୁଥିବାବେଳେ ଗତ ୭ତାରିଖ ଦିନ ଘରକୁ ଫେରିବାରୁ ପରିବାର ଲୋକେ ହୋମ କ୍ୱାରେଣ୍ଟାଇନରେ ରହିବ ବୋଲି କହିଥିଲେ । ମାତ୍ର ସରପଞ୍ଚ ଘରେ ନରହି ପଞ୍ଚାୟତ ପକ୍ଷରୁ ଖୋଲା ଯାଇଥିବା କ୍ୱାରେଣ୍ଟାଇନରେ ରହିବାକୁ କହିଥିଲେ । ଫଳରେ ତାଙ୍କୁ ସୋସୋ କଲେଜରେ ଖୋଲାଯାଇଥିବା ସଂଗୋଧ କେନ୍ଦ୍ରରେ ରଖାଯାଇଥିଲା । କିନ୍ତୁ ଗତ ୧୭ତାରିଖ ସକାଳେ ସେ ସଂଗରୋଧ କେନ୍ଦ୍ରରୁ କେଉଁଆଡେ ପଳାଇଥିବା ପରିବାର ଲୋକଙ୍କୁ ସୁଚନା ଦିଆଯାଇଥିଲା । ପରିବାର ଲୋକେ ଏ ସମ୍ପର୍କରେ ତୁରନ୍ତ ସରପଞ୍ଚଙ୍କ ସହ ଯୋଗଯୋଗ କରିବାରୁ ତୁମେ ବ୍ୟସ୍ତ ହୁଅନି ଆମେ ବୁଝିଦେବୁ ବୋଲି କହିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ଏନେଇ କୌଣସି ପଦକ୍ଷେପ ନେଉ ନାହାନ୍ତି କି ପୁଲିସର ସାହଯ୍ୟ ନେଉ ନଥିବା ସେ ଅଭିଯୋଗ କରିଛନ୍ତି । ଏ ନେଇ ମହିଳାଙ୍କ ସ୍ୱାମୀ ରବିନ୍ଦ୍ର ସେଠୀ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଥିବା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ