ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ତରଫରୁ ସ୍ଵାଗତ ସମ୍ବର୍ଦ୍ଧନା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ସମଗ୍ର ରାଜ୍ୟରେ ମୋଟ ୮ ୬୧୭ କାର୍ଯ୍ୟରତ ସାମ୍ବାଦିକ ଓ ତାଙ୍କ ପରିବାରକୁ ଗୋପବନ୍ଧୁ ସ୍ବାସ୍ଥ୍ୟବୀମା ଯୋଜନାରେ ଅନ୍ତରଭୁକ୍ତ କରାଯାଇଛି । ଚିକିତ୍ସା ଖର୍ଚ୍ଚ ବାବଦକୁ ମାତ୍ର ୨ ଲକ୍ଷ ଟଙ୍କା ଥ‌ିବା ବେଳେ ରାଜ୍ୟର ସର୍ବପୁରାତନ ସାମ୍ବାଦିକ ସଂଘ ଉତ୍କଳ ସାମ୍ବାଦିକ ସଂଘ ସଭାପତି ବିଭୁତିଭୂଷଣ କର ଙ୍କ ନେତୃତ୍ୱରେ ବିଭିନ୍ନ ଜିଲ୍ଲାରେ ରାଜ୍ୟ କାର୍ଯ୍ୟକାରିଣୀ କରି ରାଜ୍ୟ ସରକାର ଙ୍କ ଉପରେ ୬ ଦଫା ଦାବୀ ନେଇ ଚାପ ସୃଷ୍ଟି କରାଯାଇ ଆସୁଥିଲା, ସେଥି ମଧ୍ୟରେ ସ୍ୱାସ୍ଥ୍ୟ ବୀମା ରାଶିକୁ ଦୁଇ ଲକ୍ଷ ରୁ ଦଶ ଲକ୍ଷ କୁ ବୃଦ୍ଧି କରିବା ଦାବୀ ଅନ୍ୟତମ ଥିଲା l ଏ ନେଇ ଦୀର୍ଘଦିନ ଧରି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ ମଧ୍ୟ କରି ଆସୁଥିଲେ। ଗତ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ସମୀକ୍ଷା କରି ପ୍ରତ୍ୟେକ ସାମ୍ବାଦିକ ଓ ତାଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କାର ବୀମା ରାଶିକୁ ବଦ୍ଧିତ ଅନୁଦାନ ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ତରଫରୁ ବାଲିଗୁଡା ସ୍ଥିତ ବନବାସୀ ସେବା ସମିତି ର ସଭା ଗୃହ ପରିସରରେ ଜିଲ୍ଲା ସଭାପତି ସନ୍ତୋଷ କୁମାର ଦାସ ଙ୍କ ସଭାପତିତ୍ୱ ରେ ଏକ ସଭାର ଆୟୋଜନ ହୋଇଥିଲା l ଏଥିରେ କନ୍ଧମାଳ ଜିଲ୍ଲା ସଂଘର ଉପଦେଷ୍ଟା ସତ୍ୟ ନାରାୟଣ ପାଢ଼ୀ, ସଭାପତି ସନ୍ତୋଷ କୁମାର ଦାସ, ସଂଗଠନ ସମ୍ପାଦକ ସଞ୍ଜୟ କୁମାର ପାଣିଗ୍ରାହୀ,ସଦସ୍ୟ ଇସାକ ପ୍ରଧାନ, ସମୀର କୁମାର ସାହୁ, ସୁକାନ୍ତ କୁମାର ତ୍ରିପାଠୀ, ଜ୍ୟୋତି ପ୍ରକାଶ ସାମନ୍ତରାୟ, ଲଷ୍ମୀ ନାରାୟଣ ମଲ୍ଲିକ ପ୍ରମୁଖ ବହୁ ସାମ୍ବାଦିକ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏପରି ପଦକ୍ଷେପକୁ ସ୍ବାଗତ କରିବା ସହ ତାଙ୍କୁ କୃତଜ୍ଞତା ଜ୍ଞାପନ ପୂର୍ବକ ଏଥିପାଇଁ ଯେଉଁମାନେ ଉଦ୍ୟମ କରିଛନ୍ତି ସେମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ