ବାଲୁଙ୍କେଶ୍ୱର ପୀଠରେ ଶ୍ରୀକର ନଗର ଭୁସୁର ମହାସମାବେଶ

ବୁଗୁଡା,(ଅନିଲ କୁମାର ମହାରଣା):ବୁଗୁଡା ବୀରଧନଞ୍ଜୟପୁର ଶାସନର ଶ୍ରୀ ବାଲୁଙ୍କେଶ୍ଵର ପୀଠ ପରିସରରେ ମାଘ କୃଷ୍ଣ ଚତୁର୍ଦ୍ଦଶୀ ଫେବୃୟାରୀ ୧୦ ତାରିଖ ଦିନ ଶ୍ରୀକର ନଗର ଭୁସୁର ମହାସମାବେଶ ଅନୁଷ୍ଠିତ ହୋଇଯାଇଛି । ତିନି ବ୍ରାହ୍ମଣ ଶାସନ ବୀରଧନଞ୍ଜୟପୁର ଶାସନ, କୃଷ୍ଣଶରଣପୁର ଶାସନ ଓ ହରିଶରଣପୁର ଶାସନର ଦ୍ବିଜ ବୃନ୍ଦ ଏକତ୍ରିତ ଭାବେ ଏହି ଭୁସୁର ବା ବ୍ରାହ୍ମଣ ବୃନ୍ଦଙ୍କ ମହାସମାବେଶ ଆୟୋଜନ କରିଥିଲେ । ଶ୍ରୀକର ନଗର ଭୁସୁର ମହାସମାବେଶ ନାମ କାରଣରୁ ଗୋଟିଏ କଥା ବାରି ହୋଇପଡୁଛି ଯେ ଭଞ୍ଜ ବଂଶୀୟ ରାଜା ଶ୍ରୀକର ଭଞ୍ଜଙ୍କ ବୁଗୁଡା ପ୍ରତି ଅବଦାନ ପାଇଁ ବୁଗୁଡାର ନାମ ବଦଳାଇ ଶ୍ରୀକର ନଗର କରିବାକୁ ଅତୀତରେ ଦାବି ହୋଇଥଲା । ତିନି ଶାସନର ବ୍ରାହ୍ମଣ ସମାଜ ଏହି ମହାସମାବେଶର ନାମକରଣର ପ୍ରଥମେ ବୁଗୁଡା ବଦଳରେ ଶ୍ରୀକର ନଗର ଲେଖି ବୁଗୁଡାର ନାମ ପରିବର୍ତ୍ତ ପାଇଁ ଏହା ଏକ ଆଭାସ ହୋଇପାରେ । ମହାସମାବେଶ ପୂର୍ବରୁ ବିଶ୍ୱ ଶାନ୍ତି ପାଇଁ ଘୃତ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏହି ମହାସମାବେଶ ବିଶିଷ୍ଟ ଶିକ୍ଷାବିତ କୈଳାଶ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଯୋଗ ଦେଇଥିଲେ। ଅନ୍ୟାନ୍ୟ ମଞ୍ଚାସିନ ବରିଷ୍ଠ ବ୍ରାହ୍ମଣ ଅତିଥିମାନେ ହେଲେ ବିଶିଷ୍ଟ କବି ତଥା ସାହିତ୍ୟିକ ଅନନ୍ତ କର, କୈଳାଶ ଚନ୍ଦ୍ର ଦାଶ, ଧରଣୀଧର ପଣ୍ଡା, ଲଳିତ ମୋହନ ରଥ, ବିଶିଷ୍ଟ ଜ୍ୟୋତିର୍ବିଦ ପରମହଂସ ଦାଶ ଓ ଶ୍ୟାମ ପ୍ରସାଦ ମିଶ୍ର । ଅତିଥି ବୃନ୍ଦ ନିଜ ବକ୍ତବ୍ୟରେ ବ୍ରାହ୍ମଣ୍ୟ ଧର୍ମର ପ୍ରସାର ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ଏହି ଅବସରରେ ବିଧାୟକ ଶ୍ରୀକାନ୍ତ ସାହୁ ଓ ସମାଜସେବୀ ଧରଣୀଧର ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମରଣୋତ୍ତର ଭାବେ ଘନଶ୍ୟାମ ହୋତା, କାଶୀନାଥ ମିଶ୍ର, ମୋହନ ଦାଶ, ବନମାଳୀ ମିଶ୍ର, ବାଞ୍ଛାନିଧି ତ୍ରିପାଠୀ, ନୀଳକଣ୍ଠ ଦାଶ, ଓ ଗୋବିନ୍ଦ କରଙ୍କୁ ସମ୍ମାନିତ କରିବା ସହ ଯୁବ ପ୍ରତିଭା ସମ୍ମାନ ବୈଷ୍ଣବ ଚରଣ ଦାଶ ଓ ଚିନ୍ମୟ ଦାଶ ଦ୍ୱୟଙ୍କୁ ପ୍ରଦାନ କରାଯାଇଥିଲା । ଗୌରୀ ଶଙ୍କର ମିଶ୍ର ସଂଯୋଜନା କରିଥିବା ବେଳେ ବଂଶୀଧର ଦାଶ ବେଦ ପାଠ କରିଥିଲେ ଓ କାହ୍ନୁ ଚରଣ ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ । ସୁଶାନ୍ତ କୁମାର ଦାଶ, ଦିବ୍ୟ ଚରଣ ଦାଶ, ବିଶ୍ୱମୋହନ ମିଶ୍ର, କମ୍ବୁପାଣି ଦାଶ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ