ବାଲୁଙ୍କେଶ୍ୱର ମନ୍ଦିରରେ ଗାଁ ସାଥୀ ସଂଘର ବୈଠକ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ରାଣୀପଡ଼ା ବାଲୁଙ୍କେଶ୍ୱର ମନ୍ଦିର ପ୍ରାଙ୍ଗଣରେ ପୋଲସରା ଗାଁ ସାଥି ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଅଶୋକ କୁମାର ବିଷୋୟୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଗାଁ ସାଥିମାନଙ୍କର ପାରିଶ୍ରମିକ ସମସ୍ୟା, ମନରେଗା ଯୋଜନାରେ ଗାଁ ସାଥିମାନଙ୍କୁ ସମ୍ପୃକ୍ତ କରିବା, ସ୍ଥାୟୀ ନିଯୁକ୍ତି ଓ ମାସିକ ଦରମା ପ୍ରଦାନ ପ୍ରଭୃତି ବିଷୟରେ ଆଲୋଚନା ହୋଇଥିଲା। ଏନେଇ ଏକ ଦାବିପତ୍ର ପ୍ରଦାନ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା। ଏଥିସହ ପୋଲସରା ପୋଲିସ ଥାନା ପକ୍ଷରୁ ନଭମ୍ବର ୨୩ ତାରିଖରେ ଆୟୋଜିତ ହେବାକୁ ଥିବା ରକ୍ତଦାନ ଶିବିରକୁ ସଫଳ କରିବାରେ ସହଯୋଗ କରିବା ପାଇଁ ସ୍ଥିର ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ