ବାଲେଶ୍ୱର ଜିଲ୍ଲା କାର୍ଯ୍ୟାଳୟରେ ପ୍ରତିଜ୍ଞା ଦିବସ ପାଳିତ
ବାଲେଶ୍ୱର, (ସରୋଜ ପଣ୍ଡା) : ଜନସଂଖ୍ୟା ସମାଧାନ ଫଉଣ୍ଡେସନର ବାଲେଶ୍ୱର ଜିଲ୍ଲ୍ା କାର୍ଯ୍ୟାଳୟ ପଢୁଆଁପଦା ସାମସଙ୍ଗ୍ କେୟାର ଠାରେ ଯତୀନ୍ଦ୍ର କୁମାର ପୁହାଣଙ୍କ ସଭାପତିତ୍ୱରେ ମହାସମାରୋହରେ ପ୍ରତିଜ୍ଞା ଦିବସ ପାଳିତ ହୋଇଯାଇଛି । ଉକ୍ତ ସକାରୋହରେ ଜିଲ୍ଲାର ବହୁ ବରିଷ୍ଠ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହି ଜନସଂଖ୍ୟା ସମାଧାନ ପାଇଁ କେନ୍ଦ୍ର ସରକାର ତଥା ରାଜ୍ୟ ସରକାର କିଭଳି ସହୋଯଗ ଭିତିରେ କଠୋର ତଥା ସଦୁପଯୋଗି ଆଇନ ପ୍ରଣୟନ କରି ଯଥାଶିଘ୍ର କାର୍ଯ୍ୟକରି କରିଲେ ଭାରତ ମାର ସୁରକ୍ଷା ହେବା ସହ ଭବିଷ୍ୟତରେ ଭାରତ ଏକ ପୂର୍ଣ୍ଣ ଗୌରବମୟ ବିଶ୍ୱଗୁରୁ ହେବାରେ ଅତ୍ୟୁକ୍ତି ହେବ ନାହିଁ । ଉକ୍ତ ସଭାରେ ସୀତାରମ ପ୍ରଧାନ, ଉଦୟ କୁମାର ଖୁଟିଂଆ, ସତ୍ୟନନ୍ଦ ଦାସ, ଜିଲ୍ଲା ଉପସଭାପତି ଗଣ ଉପସ୍ଥିତ ଥିଲେ ଏବଂ ରାଜ୍ୟ ସଂଗଠକ ହେମନ୍ତ କୁମାର ଜେନା, ପ୍ରବାଳ ସିହ୍ନା ସଂପାଦକ, ନାରୀ ନେତ୍ରୀ ବିଷ୍ଣୁପ୍ରିୟା ଅଧିକାରୀ, ରୀନାରାଣୀ ପାତ୍ର, ଯଦୁନାଥ ନାୟକ, ଦେବଜିତ ବାରିକ୍, ସିଦ୍ଧେଶ୍ୱର ପରିଡା ସୋସିଆଲ ମିଡିଆ ପ୍ରମୁଖ ଦିପକ କୁମାର ମଲ୍ଲିକ ଯୁବ ସଂଗଠକ ତଥା ଅନ୍ୟାନ୍ୟ ବରିଷ୍ଠ ସକ୍ରିୟ କାର୍ଯ୍ୟକର୍ତା ଅଂଶ ଗ୍ରହଣ କରିବା ସହ ଉଦୟ କୁମାର ଖୁଟିଂଆ ଧନ୍ୟବାଦ ଅର୍ପଣ କରିଥିଲେ ।


