ନୂଆଁଖାଇ ସଯବାଜରେ ଚଳଚଞ୍ଚଳ ଗାଁ ଠୁଁ ସହର

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):ନୂଆଁଖାଇ। ସଜବାଜ ରେ ଚଳଚଞ୍ଚଳ ହୋଇ ଉଠିଛି ଗାଁ ସହର।ସାପ୍ତାହିକ ବଜାର ସାଙ୍ଗକୁ ସହର ଗାଁ ଗଣ୍ଡା ଦୋକାମ ମାନଙ୍କରେ ଲୋକଙ୍କ ପ୍ରବଳ ଭିଡ଼ ଜମି ରହିଛି। କିଣା ବିକା ଆସର ଲାଗି ରହିଛି। ଏଣେ ଘର ସାମଗ୍ରୀ ସଫାସୁତୁରା ସାଙ୍ଗକୁ ଲେପାପୋଛା ରେ ମହିଳା ଙ୍କ ବ୍ୟସ୍ତତା ବଢିଚାଲିଛି। ବଜାରରେ ଆକାଶ ଛୁଆଁ ଦରଦାମ ହୋଇଥିଲେ ସୁଦ୍ଧା ଲୋକଙ୍କ ମଧ୍ୟରେ ଉତ୍ସାହ।ତେବେ ନୂଆଁଖାଇ ପାଇଁ ପ୍ରାଚୁର୍ଯ୍ୟ ଲାଗି ଚାହିଦା ମୁତାବକ ଛେଳି, ମେଣ୍ଢା ଓ କୁକୁଡ଼ା ବଜାର ,କୁମ୍ଭାରମେଳି, ଆଉ ଚୁଡା ବାଲା ଓ କପଡା ଦୋକାନ ମାନଙ୍କରେ ପ୍ରବଳ ଭିଡ। ନୂଆଁଖାଇ ପଶ୍ଚିମ ଓଡିଶା ର ଗଣ ପର୍ବ।ପାରମ୍ପାରିକ ରୀତି ଅନୁଯାୟୀ ପଞ୍ଚମ ତିଥି ରେ ନୂଆଖିଆ ଯାଇଥାଏ।ତେବେ ଭବାନୀପାଟଣା ସହର ସମେତ ଲାଞ୍ଜିଗଡ଼, ଯୁଗସାଇ ପାଟଣା, ଥୁଅମୂଳ ରାମପୁର ଆଦି ସ୍ଥାନରେ ମାନିକେଶ୍ୱରୀ ଙ୍କ ପୂଜା ବିଧି ଅନୁଯାଇ ଦଶମୀ ତିଥି ରେ ନୂଆଖାଇବା ବ୍ୟବସ୍ଥା ରହିଛି।ଏହା ପୂର୍ବରୁ ପାଞ୍ଜି ଖଡ଼ି ଦେଖି ଅମୃତ ବେଳା ନିର୍ଧାରଣ କରାଯାଏ।ତେବେ ଅଧିକାଂଶ ଗାଁ ଗହଳିରେ ନୂଆଖାଇ ପର୍ବର ପୂର୍ବରେ ବିହନ ଛିନା ଦିନ ଲଗ୍ନ ବାହାର କରିଥାନ୍ତି।ଏ ଦିନ ମାଟି ମା ଦେବି ଙ୍କ ପୂଜାର୍ଚ୍ଚନା କରାଯାଇଥାଏ।ଗ୍ରାମବାସୀ ଏକାଠି ଥିବା ଯୋଗୁଁ ସେ ଦିନ ହିଁ ଆଲୋଚନା ମାଧ୍ୟମରେ ତିଥି ନିରୂପଣ କରାଯାଏ।ନୂଆଁଖାଇ-କାହିଁ କେତେ ଆଦିମ କାଳରୁ ପଶ୍ଚିମ ଓଡିଶା ରେ ପାଳନ ହେଇ ଆସୁଛି।ପ୍ରଥମେ ନୂତମ ଭାବେ ଧରାପୃଷ୍ଟ ରେ ମା ଲକ୍ଷ୍ମୀ ବା ପୋରା ଧାନ ଉତ୍ପାଦିତ ହୋଇଥାଏ।ସେହି ଧାନ କୁ ଚୁଡା ତିଆରି କରାଯାଇ ଗୃହ ଇଷ୍ଟ ଦେବୀ ଙ୍କ ନିକଟରେ ସମର୍ପଣ କରାଯାଇଥାଏ।ବିଭିନ୍ନ ପ୍ରକାର ଫଳ ମୂଳ ସହ କ୍ଷୀର ଦହି ରେ ନୂତନ ଚୁଡା କୁ ମିଶାଇ ଗାଁ ଇଷ୍ଟ ଦେବୀ କିମ୍ପା ଘର ଇଷ୍ଟ ଦେବୀଙ୍କୁ କୁରେଇ ପତ୍ର ରେ ସମର୍ପଣ କରାଯାଏ। ନୂଆଖାଇରେ କୁରେଇ ପତ୍ରର ବିଶେଷ ଗୁରୁତ୍ୱ ରହିଛି।କୁହାଯାଏ ପୌରାଣିକ ତଥ୍ୟ ଅନୁଯାୟୀ ମାଆ ସୀତା ବନବାସ ସମୟରେ ଏହି ଦିନ ରେ ଜଙ୍ଗଲ ର ଫଳ ମୂଳ ସହ ପ୍ରାଥମିକ ଉତ୍ପନ୍ନ ଧାନ ତିଆରି ଚୁଡାରାମ ଲକ୍ଷ୍ମଣଙ୍କୁ କୁରେ ପତ୍ର ରେ ଦେଇଥିଲେ।ଯାହା ଖାଇ ଦୁଇ ଭାଇ ତୃପ୍ତି ଅନୁଭବ କରିଥିଲେ।ଏ ଦିନରେ ଲୋକମାନେ ନୂତନ ପୋଷାକ ପରିଧାନ କରିବା ସହ ଘରେ ଘରେ ଖିରି ପିଠା କରିଥାନ୍ତି।ନୂଆଁଖାଇ ବା ପରେ ଛୋଟଲୋକ ବଡ ମାନଙ୍କର ଆଶୀର୍ବାଦ ନେଇ ଥାଆନ୍ତି ବା ଜୁହାର ଭେଟ ଘାଟ କାର୍ଯ୍ୟକ୍ରମ ହୋଇଥାଏ।ବନ୍ଧୁ ବାନ୍ଧବ ସମ୍ପର୍କୀୟ ତଥା ସାନ ବଡ଼ ସମସ୍ତେ ଜୁହାର ଭେଟଘାଟ ମାଧ୍ୟମରେ ଭାଇଚାର,ସ୍ନେହ ,ଆଦର ଆଦାନ ପ୍ରଦାନ ହୋଇଥାଏ।ପୂର୍ବେ ଗାଁ ର ସମସ୍ତେ ମିଶି ଗାଁ ଗହ୍ୱନ୍ତି କୁ ବାଜା ବଜେଇ ଜୁହାର ଭେଟ ଘାଟ ପାଇଁ ଗହ୍ୱନ୍ତିଆ ଙ୍କ ଘରକୁ ଯାଉଥିଲେ।ଏବେ କିନ୍ତୁ ଟିକେ ପରିବର୍ତ୍ତନ ଦେଖାଦେଲାଣି।ପରଦିନ ପାଳନ ହୁଏ ବାସୀ ତିହାର।ଏ ଦିନରେ ଛେଲିମେଣ୍ଡା କୁକୁଡ଼ା ଆଦି ପ୍ରତେକ ଘରେ ମରାହୁଏ।ଏକ ପ୍ରକାର ମଦ ମାଂସ ରେ ଭାସି ଯାଏ ଗାଁ ଗଣ୍ଡା।ଏପରିକି ଖାଇ ସାରି ନାଚଗୀତ ରେ ମଜୁତ ହୋଇ ଉଠେ ଗାଁ।ଡାଳ ଖାଇ ରସଲ କେଳି ଆଦି ଗୀତରେ ପରିବେଶ ଝଲସି ଉଠେ। ଏହା ପରେ ଚାଲିଥାଏ ଜୁହାର ଭେଟ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ