ବାଲେଶ୍ୱର ରିକ୍ସା ଚାଳକ ସଂଘର ସମ୍ମିଳନୀ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ରିକ୍ସା ଚାଳକ ସଂଘର ତ୍ରୟୋଦଶ ସମ୍ମିଳନୀ ଓ ୪୫ ତମ ବାର୍ଷିକ ଅଧିବେଶନ ସ୍ଥାନୀୟ ଷ୍ଟେସନ କ୍ଲବ୍ ସଭାଗୃହରେ ରବିବାର ଅନୁଷ୍ଠିତ ହୋଇଯାଇଛ । ଏଥିରେ ଡାକ କର୍ମଚାରୀ ସଂଘର ନେତା ଅକ୍ଷୟ କୁମାର ତ୍ରିପାଠୀ ସଂଗଠନର ପତାକାକୁ ଉତ୍ତୋଳନ କରିଥିଲେ । ପ୍ରତିରକ୍ଷା କର୍ମଚାରୀ ସଂଘ ସମନ୍ୱୟ ସମିତିର ସଭାପତି ଜଗଦୀଶ ବାରିକ ରିକ୍ସା ଚାଳକ ସଂଘର ସଭାପତି ପୂର୍ବତନ ବିଧାୟକ ଦିବଂଗତ ଅରୁଣ ଦେ’ଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ । ବାଲେଶ୍ୱର ସରକାରୀ ମେଡିକାଲ କଲେଜ୍ କ୍ରିୟାନୁଷ୍ଠାନ କମିଟି ସଭାପତି ଆଇନଜୀବୀ ନିରଞ୍ଜନ ପରିଡ଼ା, ଟିୟୁଏସିସିର ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ନାରୀନେତ୍ରୀ ବନ୍ଦନା ବିଶ୍ୱାସ, ଏଆଇଟିୟୁସି ଜିଲା ସହ-ସଂପାଦକ ଶରତ ଚନ୍ଦ୍ର ଦଳାଇ ପ୍ରମୁଖ ଏଥିରେ ବରେଣ୍ୟ ଅତିଥି ଭାବେ ଯୋଗଦେଇ ‘ସମାଜର ତଳଶ୍ରେଣୀର ମଣିଷମାନେ ହିଁ ରିକ୍ସା ଚଳାନ୍ତି’ ବୋଲି କହିଥିଲେ । ସେମାନଙ୍କ ସାମାଜିକ ନିରାପତ୍ତା ପାଇଁ କେନ୍ଦ୍ର ବା ରାଜ୍ୟ ସରକାର କୌଣସି ଆଇନ୍ ପ୍ରଣୟନ ନ କରିବା ଅତ୍ୟନ୍ତ ଉଦବେଗର ବିଷୟ ବୋଲି କହି ସେମାନେ କ୍ଷୋଭ ପ୍ରକାଶ କରିଥିଲେ । ସଂଘର ସାଧାରଣ ସମ୍ପାଦକ ସେକ୍ ସଲାଉଦ୍ଦିନ ଏଥିରେ ସ୍ୱାଗତ ଅଭିଭାଷଣ ରଖିବା ସହ ରିକ୍ସା ଚାଳକଙ୍କର ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଷଲ । ରିକ୍ସା ଚାଳକଙ୍କୁ ୫୦ବର୍ଷ ପରେ ବାର୍ଦ୍ଧକ୍ୟଭତ୍ତା, ଭୂମିହୀନଙ୍କୁ ଜମିର ପଟ୍ଟା ଓ ପକ୍କାଘର, ରିକ୍ସାଷ୍ଟାଣ୍ଡଗୁଡ଼ିକରୁ ଜବରଦଖଲ ଉଚ୍ଛେଦ ପାଇଁ ସେ ଦାବି କରିଥିଲେ । ଏହି ଅବସରରେ ବର୍ଷୀୟାନ ରିକ୍ସା ଚାଳକ ସେକ୍ ଜସ, ସର୍ବେଶ୍ୱର ହାଁସଦା, ରାଧାକାନ୍ତ ବେହେରା, ସୁଧାଂଶୁ ମୈକାପ୍ ପ୍ରମୁଖ ଜୀବନର ଅନୁଭୂତି ଓ କରୁଣ କାହାଣୀ ବର୍ଣ୍ଣନା କରିଥିଲେ । ଶ୍ରମିକ ନେତା ଗୌରାଙ୍ଗ ପାଣିଗ୍ରାହୀ ଅଧ୍ୟକ୍ଷତାରେ ଆୟୋଜିତ ସମ୍ମିଳନୀରେ ଶ୍ୟାମସୁନ୍ଦର ଜେନା ସଂଘର ଆୟବ୍ୟୟର ବିବରଣୀ ଉପସ୍ଥାପିତ କରିଥିଲେ । ଶ୍ରମିକ ନେତା ଶାନ୍ତନୁ ଦାସ ସଂଘର ନୂତନ କର୍ମକର୍ତ୍ତାମାନଙ୍କର ନାମ ଘୋଷଣା କରିଥିଲେ । ଅଫିସ୍ ସଂପାଦକ ଉମାକାନ୍ତ ଜେନା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଆସନ୍ତା ବର୍ଷ ପାଇଁ ସଂଘର ସଭାପତି ଭାବେ ଗୌରାଙ୍ଗ ପାଣିଗ୍ରାହୀ, ଶାନ୍ତନୁ ଦାସ କାର୍ଯ୍ୟକାରୀ ସଭାପତି, ଜୟନ୍ତ ଦାସ , ଆଶୁତୋଷ ପରିଡ଼ା ଓ ଗୌତମ ମହାନ୍ତି ଉପ-ସଭାପତି, ସେକ୍ ସଲାଉଦ୍ଦିନ ସାଧାରଣ ସମ୍ପାଦକ, ହିସାବରକ୍ଷକ ଶ୍ୟାମସୁନ୍ଦର ଜେନା ଓ କୋଷାଧ୍ୟକ୍ଷ ଭାବେ ଉମାକାନ୍ତ ଜେନାଙ୍କ ନାମ ଘୋଷଣା କରାଯାଇଥିôଲା । ବାଲେଶ୍ୱର ସହର୨୦୦ରୁ ଊର୍ଦ୍ଧ୍ୱ ରିକ୍ସାଚାଳକ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ