ବାଲେଶ୍ୱର ସହରର ଉନ୍ନତି କରଣ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ; ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା

ବାଲେଶ୍ୱର,(ଓ୍ବାଇଏନ୍ଏସ୍): ବାଲେଶ୍ୱର ସହର ର ଉନ୍ନତି କରଣ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ଏଥି ନିମନ୍ତେ ରାଜ୍ୟ ସରକାର ଇତି ମଧ୍ୟରେ ବହୁତ ଗୁଡିଏ ପଦକ୍ଷେପ ହାତକୁ ନେଇଛନ୍ତି ବୋଲି ପ୍ରକାଶ କରିଛନ୍ତି ମାନ୍ୟବର ରାଜ୍ୟ ପଂଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା । ମାନ୍ୟବର ମନ୍ତ୍ରୀ ବାଲେଶ୍ୱର ଗସ୍ତ ଅବସରରେ ରାଜ୍ୟ ସରକାରଙ୍କ ତରଫରୁ ବାଲେଶ୍ୱର ସହରର ଉନ୍ନତି ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି । ସେଗୁଡିକ ହେଲା-
୧. ରାଜ୍ୟ ସରକାରଙ୍କ ସ୍ପେଶାଲ ପ୍ରୋବ୍ଲେମ ଫଣ୍ଡରୁ ପ୍ରଥମ ଦଫାରେ ସହର ର ଉନ୍ନତି ପାଇଁ ୮୨ଗୋଟି ପ୍ରୋଜେକ୍ଟ ମାଧ୍ୟମରେ ୧କୋଟି ୯୭ଲକ୍ଷ ମଞ୍ଜୁର କରାଯାଇଛି ଯାହାର ଟେଣ୍ଡର ପ୍ରକ୍ରିୟା ଜାରି ରହିଛି ।
୨. ଦ୍ୱିତୀୟ ଦଫାରେ ବାଲେଶ୍ୱର ସହର ର ୨୫ଗୋଟି ମନ୍ଦିର ଓ ମସ୍‌ଜିଦ୍ ର କମ୍ୟୁନିଟି ସେଂଟର ବା ମଣ୍ଡପ ପାଇଁ ୧କୋଟି ମଞ୍ଜୁର କରାଯାଇଛି ଯାହାର ଟେଣ୍ଡର ପ୍ରକ୍ରିୟା ଜାରି ରହିଛି ।
୩. ବାଲେଶ୍ୱର ସହର ର ବିଭିନ୍ନ ସାହି ବସ୍ତିରେ ଥିବା ୧୦୭ ଗୋଟି ରାସ୍ତା ଏବଂ ନାଳର ଉନ୍ନତିକରଣ ପାଇଁ ମ୍ୟୁନିସିପାଲିଟି ପକ୍ଷରୁ ୨କୋଟି ୯୭ଲକ୍ଷ ୧୭ହଜାର ୫୦୦ ଟଙ୍କା ମଞ୍ଜୁର କରାଯାଇଛି ଯାହାର ଟେଣ୍ଡର ପ୍ରକ୍ରିୟା ଜାରି ରହିଛି ।
୪. ନୂଆବଜାର ମାର୍କେଟ କମ୍ପେ୍ଲକ୍ସର ଉନ୍ନତି କରଣ ପାଇଁ ୮୦ଲକ୍ଷ ୫୭ହଜାର ମଞ୍ଜୁର କରାଯାଇଛି ଯାହାର ଟେଣ୍ଡର ପ୍ରକ୍ରିୟା ଜାରି ରହିଛି ।
୫. ଇଶାନ ନଗର ଠାରେ ଥିବା ମଡ଼େଲ ଶ୍ମଶାନର ଉନ୍ନତି କରଣ ପାଇଁ ୩୦ଲକ୍ଷ ୯୭ହଜାର ମଞ୍ଜୁର କରାଯାଇଛି ଯାହାର ଟେଣ୍ଡର ପ୍ରକ୍ରିୟା ଜାରି ରହିଛି ।
୬. ସହର ର ଭାସ୍କରଗଞ୍ଜ ଠାରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ଦୁଇଟି କବରସ୍ଥାନ ଏବଂ ମୁସଲମାନ ଧର୍ମାବଲମ୍ବୀ ମାନଙ୍କ ପାଇଁ ଦରଘା ମଇଦାନ କଦମ ରସୁଲ ଠାରେ ଥିବା କବରସ୍ଥାନର ଉନ୍ନତି କରଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।
୭. ମ୍ୟୁନିସପାଲିଟି ଦ୍ୱାରା ସହର ର ପୋଲିସ ଲାଇନ ପଡିଆ ଏବଂ ପରମିଟ୍ ପଡିଆ ଠାରେ ଦୁଇଟି ଖୋଲା ଜିମ୍ନାସିୟମ ପ୍ରତିଷ୍ଠା କରାଯିବାର ଯୋଜନା ରହିଛି ।
୮. ସହରାଂଚଳ କର୍ମ ନିଯୁକ୍ତି ଯୋଜନାରେ ୧୯୪.୩୮ ଲକ୍ଷ ବ୍ୟୟ ଅଟକଳ କରାଯାଇଛି ।
୯. ୬୯.୦୬ ଲକ୍ଷ ବ୍ୟୟରେ ବସ୍ତି ଅଂଚଳରେ ବିଭିନ୍ନ ମାଇକ୍ରୋ ଆକ୍ଟିଭିଟି ସେଂଟର ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବାର ଯୋଜନା ରହିଛି ।
୧୦. ୪୭ଟି ମହାନାଳର ସଫେଇ ପାଇଁ ୩୪.୧୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇ କାର୍ଯ୍ୟକ୍ରମ ଜାରି ରହିଛି ।
୧୧. ବିଭିନ୍ନ ସାମାଜିକ ସୁରକ୍ଷା ଅନ୍ତର୍ଗତ ଅତିରିକ୍ତ ୫୫୪ଗୋଟି ଭତା ପ୍ରଦାନ କରାଯାଇଛି ।
୧୨.୨୦୦୦ଟି ନୂତନ ରେଶନକାର୍ଡ଼ ହିତାଧିକାରୀଙ୍କ ମଧ୍ୟରେ ବଂଟନ କରାଯାଇଛି ଏବଂ ୩୦୦ଟି ମଞ୍ଜୁରୀକରଣ ପ୍ରକ୍ରିୟାରେ ରହିଛି ।

ଏତଦବ୍ୟତୀତ ଆହୁରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ନିମନ୍ତେ ପଦକ୍ଷେପ ନିଆଯାଇଛି । ବାଲେଶ୍ୱର ପୌରାଂଚଳର ଯେପରି ଦ୍ରୁତ ବିକାଶ ହୋଇପାରିବ ସେଥି ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯାଉଥିବା ମାନ୍ୟବର ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ