ଅଭିନବ ଉପାୟରେ ଯୁବକଙ୍କ ଏକାଉଣ୍ଟ୍ ରୁ ଟଙ୍କା ଲୁଟ: ଥାନାରେ ଏତଲା

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଆଜିକାଲି ର ଇଣ୍ଟରନେଟ ଦୁନିଆ ରେ ସାଧାରଣ ଜନତା ଯେତିକି ସୁବିଧା ସୁଯୋଗ ହାସଲ କରିଛନ୍ତି ସେତିକି ମାତ୍ରାରେ କିଛି ଅସାବଧାନତା ଯୋଗୁଁ ଠକାମୀ ର ଶିକାର ହୋଇ ସର୍ବ ସ୍ୱାନ୍ତ ହେବା ଘଟଣା ଦିନକୁ ଦିନ ବୃଦ୍ଧି ପାଇଛି।ବିଭିନ୍ନ ସମୟରେ ସାଇବର ଠକେଇ ମାମଲା ସମ୍ପର୍କରେ ବିଭିନ୍ନ ଗଣ ମାଧ୍ୟମ ଜରିଆରେ ଖବର ପ୍ରସାରଣ ହେଉଥିଲେ ମଧ୍ୟ କିଛି ଅସେଚେତନ ଗ୍ରାହକ ଚେତୁ ନ ଥିବା ଭଳି ମନେ ହୁଏ।ଏପରିକି ଏ ସମ୍ପର୍କରେ ପୁଲିସ ବିଭାଗ ପକ୍ଷରୁ ସାଧାରଣ ଜନତାଙ୍କୁ ସଚେତନ ସୃଷ୍ଟି କରାଯାଉଥିଲେ ମଧ୍ୟ ଅଜଣା ବ୍ୟକ୍ତିର କେଇ ପଦ ପ୍ରଲୋଭିତ କଥାରେ ବିଶ୍ୱାସ କରି ଆର୍ଥିକ ଉତ୍ପୀଦନର ସମ୍ମୁଖୀନ ହୋଇ ଶେଷରେ ପୁଲିସର ଦ୍ୱାରସ୍ଥ ହେବା ସାମ୍ନାକୁ ଆସିଛି।ଏଭଳି ଏକ ସ୍ପର୍ଶକା ତର ଘଟଣା ସାଧାରଣରେ ଉଦଵେଗଜନକ ପରିସ୍ଥିତି ସୃଷ୍ଟି କରିଛି।
ପ୍ରକାଶ ଯେ, ହିଞ୍ଜିଳି ଥାନା ସୋମପୁର ଗ୍ରାମର ଅଜୟ ଗଉଡଙ୍କ ମୋବାଇଲକୁ ୧୬ ତାରିଖ ସକାଳ ପ୍ରାୟ ସାଢେ଼ ୯ଟାରେ ୯୮୩୨୭୦୨୦୭୧ ନମ୍ବରରୁ ଫୋନ୍ କଲ୍ ଆସିଥିଲା । ମୋବାଇଲରେ ଫୋନ୍ ପେ ଆପ ବ୍ୟବହାର କରାଯାଇଥିଲେ ମଧ୍ୟ କେଓ୍ବାଇସି ଠିକ୍ ନଥିବାରୁ ସଠିକ୍ ଭାବେ କାର୍ଯ୍ୟକାରୀ ହେଉନାହିଁ । ପରେ ଅଜୟଙ୍କ ମୋବାଇଲକୁ ଏକ ଆଇ ତି ୯୫୯୪୨@ଆରବିଏଲ ଓ ଓଟିପି ନମ୍ବର ୦୨୪୯୯୧ ଆସିଲା । ଯୁବକ ଜଣକ ଉକ୍ତ ଆଈଡି ଓ ଓଟିପି ଫୋନ ପେ ରେ ବ୍ୟବହାର କରିବା ପରେ ଯୁବକଙ୍କ ଆଇଡିଵିଆଇ ବ୍ୟାଙ୍କ ଏକାଉଣ୍ଟରୁ ୨ଟି କିସ୍ତିରେ ମୋଟ ୩୮୯୮୨ ଟଙ୍କା କଟିଥିଲା । ଏକାଉଣ୍ଟ୍ ରୁ ଟଙ୍କା କାଟିବା ମେସେଜ ଆସିବା ପରେ ଯୁବକ ଜଣକ ଠକାମୀର ଶିକାର ହୋଇଥିବା ଜାଣିପାରି ୧୯ ତାରିଖ ରାତିରେ ହିଞ୍ଜିଳି ଥାନା ରେ ଅଭିଯୋଗ କରିଛନ୍ତି । ଏ ନେଇ ହିଞ୍ଜିଳି ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ