ବିଏମ୍ସି ତାଗିଦ ପରେବି ଜନବସତିରୁ ହଟୁନି ଟାୱାର
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଶ୍ରୀଲିଙ୍ଗରାଜ ଥାନା ଅଧିନ ଗୋସାଗରେଶ୍ୱର ନିକଟ ବ୍ୟାଙ୍କ କଲୋନୀରେ ଟାୱାର ବସାଇବାକୁ ବିରୋଧ କରିଛନ୍ତି ବରିଷ୍ଠ ନାଗରିକ । ବିଏମ୍ସି ତାଗିଦ ପରେବି ସେଠାରୁ ଟାୱାର ହଟାଗଲା ନାହିଁ । ପ୍ରକାଶ ଥାଉକି, କଲୋନୀରେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ମୋବାଇଲ୍ ଟାୱାର ବସାଇବାକୁ ନେଇ ଜଣେ ବ୍ୟକ୍ତି ଉଦ୍ୟମ କରିଥିଲେ । ଗତ ୨୦୨୧ମସିହା ସେ୍େପଟମ୍ବର ୨୦ତାରିଖରେ ସ୍ଥାନୀୟ ଲୋକ ଏହାକୁ ବିରୋଧ କରିଥିଲେ । ସ୍ଥାନୀୟ ମା’ ମାଙ୍ଗଳା ସମାଜ କଲ୍ୟାଣ ପରିଷଦର ସଭାପତି ଦୁର୍ଗା ଚରଣ ଦାଶ, ସମ୍ପାଦକ ଅରୁଣ କୁମାର ରଥ, କୋଷାଧ୍ୟକ୍ଷ ବିଦ୍ୟାଧର ନାୟକ, ମଧୁସୂଦନ ରାଉତ, ଗଗନ ବିହାରୀ ସାମନ୍ତରାୟ, ଜମୁଦଣି ବେହେରା, ଅକ୍ଷୟ କୁମାର ସାହୁ, ବାବାଜି ସାହୁ ଆଦି ବରିଷ୍ଠ ନାଗରିକ ବିଏମ୍ସି ନିକଟରେ ଅଭିଯୋଗ କରିଥିଲେ । ଏହି ଟାୱାର ନଉଠିଲେ ଧାରଣା ଦେବେ ବୋଲି ବରିଷ୍ଠ ନାଗରିକମାନେ ଚେତାବନୀ ଦେଇଥିଲେ । ତେବେ ବିଏମ୍ସି କମିସନର ଏହି ଟାୱାର ଉଠାଇବାକୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନିର୍ଦେଶ ଦେଇଥିଲେ । ହେଲେ ୪ମାସ ବିତି ଯାଇଥିଲେ ମଧ୍ୟ ସେଠାରୁ ଟାୱାର ନଉଠିଲା ନାହିଁ । ଯାହାକୁ ନେଇ ବରିଷ୍ଠ ନାଗରିକମାନେ ପୁଣି ବିଏମ୍ସିକୁ ଚେତାବନୀ ଦେଇଛନ୍ତି । ଏହି ଟାୱାର ନଉଠିଲେ ଆଗାମୀ ଦିନରେ ଅନିଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ।


