ବିକାଶନଗରସ୍ଥ ବାବା ସିଦ୍ଧେଶ୍ୱର ମନ୍ଦିରର ପରିସରରେ ମନ୍ଦିର ପାକଶାଳ ଗୃହ ପ୍ରତିଷ୍ଠା

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହର ସନ୍ନିକଟ ଦୁବୁଲାବେଡା (ବିକାଶ ନଗରସ୍ଥ) ଗ୍ରାମର ପ୍ରସିଦ୍ଧ ଶୈବ ମନ୍ଦିର ବାବା ସିଦ୍ଧେଶ୍ୱର ମନ୍ଦିର ପରିସରରେ ଗ୍ରାମବାସୀ,ସହରବାସୀ,ବଦାନ୍ୟ ବ୍ୟକ୍ତି,ଶ୍ରଦ୍ଧାଳୁଙ୍କ ଅବଦାନରେ ଏକ ପାକଶାଳା ନୂତନ ଗୃହ ନିର୍ମାଣ ଶେଷ ହୋଇଥିଲା ହୋଇଥିଲା ।ତାହାକୁ ଆଜି ପବିତ୍ର ମାଘ ମାସ ଅଷ୍ଟମ ତିଥିରେ ବିଶିଷ୍ଟ ଜଗନ୍ନାଥ ପୂଜକ ଦେବବ୍ରତ ରଥ ମହାପାତ୍ରଙ୍କ ଦ୍ବାରା ନୀତି ନିୟମ ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା । କର୍ତାଭାଵେ ଵିଷ୍ନୁପ୍ରସାଦ ଯେନା ଏବଂ ତାଙ୍କ ସହଧର୍ମିଣୀ ଦାୟିତ୍ଵ ନିଭାଇଥିଲେ ।ଗ୍ରାମର ବହୁ ଶ୍ରଦ୍ଧାଳୁ ଏହି ପୂଜନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।ଆସନ୍ତା ଶିବ ରାତ୍ରି ବେଳକୁ ଏହି ପାକଶାଳା ଗୃହଟି କାର୍ଯ୍ୟରେ ଲାଗିବ ।ଏହି କାର୍ଯ୍ୟକ୍ରମରେ ଗ୍ରାମର ପରମାନନ୍ଦ ପ୍ରଧାନ, ଶ୍ରୀପତି ପୃଷ୍ଟି, ଅଶ୍ବିନୀ ପଣ୍ଡା,ସୁଧିର ମିଶ୍ର, ଦିନବନ୍ଧୁ ପୁହାଣ, ବାବୁରାମ ମହାନ୍ତ, ହରମୋହନ ମହାନ୍ତ,ସୁବାସ ବାରିକ, ରାଜେନ୍ଦ୍ର ଗିରି, ହରେକୃଷ୍ଣ ବିଶୋଇ, ସୁଶାନ୍ତ ପରୀକ୍ଷା, ଅକ୍ଷୟ ବିଶ୍ବାଳ,ଟୁକୁ ଦାସ ,ସିକୁନ ନାଏକ,, ସୁନିତା ମହାନ୍ତ, ଆଶୀଷ ଦତ୍ତ ସମେତ ଅନ୍ୟଭକ୍ତ ଵୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ