ବାପୁଜୀ ଯୁବକ ସଂଘ ,କୁଣ୍ଡା ଆନୁକୁଲ୍ୟରେ ୧୧ ତମ ବାର୍ଷିକ କ୍ରୀଡା ଓ ନୃତ୍ୟ ପ୍ରତିଯୋଗିତା

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଞ୍ଜ ଜିଲ୍ଲାର ଵହଳଦା ବ୍ଳକର ଗମ୍ଭାରିଆ ପଞ୍ଚାୟତର କଚଣ୍ଡା ଗ୍ରାମର ବାପୁଜୀ ଯୁବକ ସଂଘ ଆନୁକୁଲ୍ୟରେ ଏକ ଦିବସୀୟ ୧୧ ତମ ତମ ତମ ବାର୍ଷିକ କ୍ରୀଡା ଓ ନୃତ୍ୟ ପ୍ରତିଯୋଗିତା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ବହୁ ସରପଞ୍ଚ ଵୈଦେହୀ ହାଁସଦା, ସମ୍ମାନିତ ଅତିଥି ଡାକ୍ତର ରାଜକିଶୋର ମହାନ୍ତ, ସାମ୍ବାଦିକ ଅକ୍ଷୟ ବିଶ୍ବାଳ, ସାମ୍ବାଦିକ ଜୀତେନ୍ଦ୍ର ଅଗ୍ରୱାଲ, ସାମ୍ବାଦିକ ଶଙ୍କର ମହାନ୍ତ, ପ୍ରମୁଖ ଉପସ୍ଥିତ ରହି ଶୁଭ ଉଦ୍ଘାଟନ କରିଥିଲେ ।ଏହି କାର୍ଯ୍ୟକ୍ରରେ ବାଳକ,ବାଳିକା,ଶିଶୁ ବାଳକ,ବୟସ୍କଙ୍କ ଦୌଡ଼, ସ୍ତ୍ରୀ ଲୋକଙ୍କ ଦଉଡ଼ି ଟଣା, ମହିଳାଙ୍କ ମହମବତୀ ଦୌଡ଼,ସ୍ଲୋ ସାଇକେଲ ରେସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସଂଧ୍ୟା ରେ ଅତିଥିଗଣ ପଡ଼ିଆରେ ଉପସ୍ଥିତ ରହି ଅଂଚଳବାସୀଙ୍କ ନବ ବର୍ଷ ,ମକର ପର୍ବ ଏବଂ ପବିତ୍ର ମାଘ ପୂର୍ଣ୍ଣିମା ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଵା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ସଂସ୍କୃତି ସମସ୍ତଙ୍କୁ ଯୋଡିବା ସହ ଆନନ୍ଦ ଓ ଉଲ୍ଲାସ ଆଣିଥାଏ । କାର୍ଯ୍ୟକ୍ରମ ଆୟୋଜକ ଙ୍କ ପ୍ରଚେଷ୍ଟାକୁ ଅତିଥିଗଣ ଭୂରିୟସୀ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମକୁ ସଭାପତି ଲକ୍ଷ୍ମୀଧର ମହାନ୍ତ, ଚତୁର୍ଭୁଜ ବେହେରା, ଜୀତେନ୍ଦ୍ର ବେହେରା,ବିଜୟ ମହାନ୍ତି,କବିଙ୍କୁ ମହାନ୍ତ,, ଯୁଧିଷ୍ଠିର ତାମୁଡିଆ ଏବଂ ଅନ୍ୟ ମାନେ ପରିଚାଳନାରେ ସହଯୋଗ କରିଥିଲେ । ହଜାର ହଜାର ଦର୍ଶକ କ୍ରୀଡା ଓ ନୃତ୍ୟ ଉପଭୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ