ବିଗ୍ ବସ୍ରେ ୱାଇଲ୍ଡ କାର୍ଡ ଏଣ୍ଟ୍ରି କରିବେ ଏହି ଷ୍ଟାର୍
ମୁମ୍ବାଇ: ଟେଲିଭିଜନର ରିଆଲିଟି ଶୋ’ “ବିଗ୍ ବସ୍-୧୩’କୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ । ନିକଟରେ ଏହା କରଣୀ ସେନାଙ୍କ ଟାର୍ଗେଟରେ ଆସି ଚର୍ଚ୍ଚାକୁ ଆସିଥିଲା । ଏହା ପରେ ଶୋ’ରୁ ଦଲଜୀତ୍ କୌର୍ ଓ କୋଏନା ମିତ୍ରା ବାହାର ହେବାକୁ ନେଇ ଜୋର ଚର୍ଚ୍ଚା ହୋଇଥିଲା । ବିଶେଷ କରି ଦଲଜୀତ୍ଙ୍କ ଏଲିମିନେସନକୁ କେହି ସହଜରେ ଗ୍ରହଣ କରି ପାରି ନଥିଲେ । ଆଉ ଏବେ ୱାଇଲ୍ଡ କାର୍ଡ ଏଣ୍ଟ୍ରିକୁ ନେଇ ଶୋ’ ଚର୍ଚ୍ଚାରେ ରହିଛି ।
ସୂଚନା ଅନୁଯାୟୀ, ଶୋ’ରେ ଭୋଜପୁରୀ ଫିଲ୍ମର ସୁପରଷ୍ଟାର୍ କେଶରୀଲାଲ୍ ଯାଦବ ପ୍ରଥମ ୱାଇଲ୍ଡ କାର୍ଡ ପ୍ରତିଯୋଗୀ ଭାବେ ଏଣ୍ଟ୍ରି କରିବେ । ପ୍ରଥମେ କେଶରୀଲାଲ୍ “ବିଗ୍ ବସ୍’ର ଏହି ସିଜିନରେ ଭାଗ ନେବେ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ପ୍ରିମିୟର୍ ନାଇଟରେ ତାଙ୍କର ଏଣ୍ଟ୍ରି ନହେବାରୁ ଦର୍ଶକ ଆଶ୍ଚର୍ଯ୍ୟ ହୋଇଥିଲେ । କୁହାଯାଉଛି, ଫିଲ୍ମକୁ ନେଇ କିଛି କାମ ବାକିଥିବାରୁ ତାଙ୍କ ଏଣ୍ଟ୍ରିରେ ବିଳମ୍ବ ହୋଇଛି । ଆଉ ଏକ ଖବର ଅନୁଯାୟୀ, ଅକ୍ଟୋବର ୨୫ରେ ସେ “ବିଗ୍ ବସ୍-୧୩’ରେ ଏଣ୍ଟ୍ରି କରିବେ । ଅନ୍ୟପକ୍ଷରେ ଗତ ସପ୍ତାହରେ ଶୋ’ରୁ ବାହାରିଥିବା ଦଲଜୀତ୍ କୌର୍ ମଧ୍ୟ ୱାଇଲ୍ଡ କାର୍ଡ
ପ୍ରତିଯୋଗୀ ଭାବେ ରି-ଏଣ୍ଟ୍ରି କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।


