ବନ୍ଦ ହୋଇଯିବ “ସଞ୍ଜୀବନୀ-୨’
ମୁମ୍ବାଇ: ଷ୍ଟାରପ୍ଲସରେ ପ୍ରସାରିତ ହେଉଛି ଧାରାବାହିକ “ସଞ୍ଜୀବନୀ-୨’? ଗତ ଆଗଷ୍ଟ ମାସରୁ ଏହା ଆରମ୍ଭ ହୋଇଛି । ଏହି ଶୋ’ ଆରମ୍ଭ ହେବା ପୂର୍ବରୁ ସୋଶାଲ୍ ମିଡିଆରେ ବେଶ୍ ଚର୍ଚ୍ଚାରେ ରହିଥିଲା । ହେଲେ ଏବେ ଖବର ଆସୁଛି ଯେ ଏହି ଶୋ’ ଖୁବ୍ଶୀଘ୍ର ବନ୍ଦ ହାଇଯିବ ।
“ସଞ୍ଜୀବନୀ’କୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ । ତେଣୁ “ସଞ୍ଜୀବନୀ-୨’କୁ ବି ଲୋକେ ପସନ୍ଦ କରିବେ ବୋଲି ନିର୍ମାତା ଆଶା ରଖିଥିଲେ । ହେଲେ ଏହା ଦର୍ଶକଙ୍କୁ ଆକୃଷ୍ଟ କରିବାରେ ବିଫଳ ହୋଇଛି ।
ସୂଚନା ଅନୁଯାୟୀ, ଶୋ’ଟି ଟିଆରର୍ପି ରେଟିଂ ତାଲିକାର ବହୁତ ତଳେ ରହୁଛି । “ସଞ୍ଜୀବନୀ-୨’ ଖୁବ୍ ଅଲଗା ହେବ ବୋଲି ଅଭିନେତା ସିଦ୍ଧାର୍ଥ ମଲହୋତ୍ରା କହିଥିଲେ । କିନ୍ତୁ ଏଥିରେ କିଛି ନୂଆ ଦେଖିବାକୁ ମିଳୁନାହିଁ । କାହାଣୀ ଦର୍ଶକଙ୍କୁ ପ୍ରଭାବିତ କରିପାରିନି । ତେଣୁ ଏହାକୁ ବନ୍ଦ କରି ଦେବାକୁ ନିର୍ମାତା ଚିନ୍ତା କରୁଥିବା ଜଣାପଡ଼ିଛି ।
ତେବେ ଶୋ’ ବନ୍ଦ ହେବା ଖବରକୁ ନିର୍ମାତା ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ଏହା କେବଳ ଏକ ଗୁଜବ । ଶୋ’କୁ କମ୍ ଟିଆରର୍ପି ମିଳୁଥିବା ନେଇ କୌଣସି ସୂଚନା ତାଙ୍କୁ ମିଳିନାହିଁ ।
ସୂଚନାଯୋଗ୍ୟ, “ସଞ୍ଜୀବନୀ-୨’ରେ ଏକ ଡାକ୍ତରଖାନା ଓ ଡାକ୍ତରଙ୍କ ଜୀବନ କାହାଣୀ ଦେଖାଯାଉଛି ।


