ଅବସରପ୍ରାପ୍ତ ଫିସେରି ସମ୍ପ୍ରସାରଣ ଅଧିକାରୀଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ
ପାରଳାଖମୁଣ୍ଡି, (ତାରିଣୀ ପ୍ରାସାଦ ପଣ୍ଡା) :-ଗଜପତି ଜିଲ୍ଲାର ବିଭିନ୍ନ ବ୍ଲକରେ ନିଷ୍ଠାର ସହ କାର୍ଯ୍ୟକରି ଅବସର ଗ୍ରହଣ କରିଥିବାଫିସେରୀ ସମ୍ପ୍ରସାରଣ ଅଧିକାରୀ ରାମଶଙ୍କର ତ୍ରିପାଠୀଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ର ଛାୟା ଖେଳାଇ ଦେଇଛି l ସ୍ୱର୍ଗତ ତ୍ରିପାଠୀ ସ୍ବାସ୍ଥ୍ୟ ଖରାପ ହେବା ଜଗୁଁ ଚିକିତ୍ସା ପାଇଁ ତାଙ୍କ ଝିଅ ରହୁଥିବା ହାଇଦ୍ରାବାଦ କୁଯାଇ ହାଇଦ୍ରାବାଦ ସ୍ଥିତ ଏକ ଘୋରେଇ ହସ୍ପିଟାଲ୍ ରେ ଚିକିତ୍ସିତ ଥିବା ବେଳେ ବିୟୋଗ ହୋଇଯାଇଥିଲା l ତାଙ୍କୁ ସେଠାରୁ ପୁରୀସ୍ଥିତସ୍ଵର୍ଗଦ୍ଵାରକୁନିଆଯାଇ ସେଠାରେ ତାଙ୍କର ଅନ୍ତୋଷ୍ଟି କ୍ରିୟା ସମାପନ କରାଯାଇ ଥିଲା l ତାଙ୍କ ପୁତ୍ର ସ୍ୱାର୍ଥକ ମୁଖାଗ୍ନି ଦେଉଥିଲେ l ମୃତ୍ୟୁ ଵେଳେ ତାଙ୍କ ନିକଟରେ ତାଙ୍କ ପତ୍ନୀ ଶିକ୍ଷୟତ୍ରୀ ସୁରମା ରାଣୀ ମିଶ୍ର, ଝିଅ ପର୍ଥାନା, ଯୋଇଁ ତପନ ସମେତ ଅନାନ୍ୟା ସମ୍ପର୍କୀୟ ଉପସ୍ଥିତ ଥିଲେ l ସ୍ୱର୍ଗତ ତ୍ରିପାଠୀ ଙ୍କ ବିୟୋଗରେ ଶିକ୍ଷୟତ୍ରୀସୁଧାଞ୍ଜଳିପଣ୍ଡା,ପୂର୍ବତନ କାଉନସିଲର ଶ୍ରୀମତି ସନ୍ଧ୍ୟାରାଣି ଚୌଧୁରୀ, ବିଜେଡି ଜିଲ୍ଲା ସଭାପାତି ପ୍ରଦୀପ ନାୟକ, ଗଜପତି ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଗରୁଡ଼ ଧ୍ଵଜ ଚୌଧୁରୀ, ସାଧାରଣ ସମ୍ପାଦକ ତାରିଣୀ ପ୍ରାସାଦ ପଣ୍ଡା, ପୂର୍ବତନ ସରପଂଚ ଭାଗ୍ୟଲକ୍ଷ୍ମୀ ନାୟକ, ବିଜେଡ଼ି ଜିଲ୍ଲା ମହିଳା ସଂଗଠନ ର କାର୍ଯ୍ୟକାରୀ ସଭାପତି ସଂଯୁକ୍ତା ବେହେରା, ରାଜୁ ବେହେରା, ପ୍ରଶାନ୍ତ ସାହୁ, କୁମୁଦ ସାହୁ (କୁନା), ସମ୍ପୂର୍ଣ୍ଣlନନ୍ଦ ବେବର୍ତ୍ତା, ଉତ୍କଳ ହିତେଇସିଣି ସମାଜ ର ସମ୍ପାଦକ ପୂର୍ଣ୍ଚଚନ୍ଦ୍ର ମହାପାତ୍ର, ସନ୍ତୋଷ ପଟ୍ଟନାୟକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତକାମନା କରିବା ସହ ପାରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି l


