ବିଜୁ ମହିଳା ଜନତା ଦଳ ଜିଲ୍ଲା କାର୍ଯ୍ୟକାରିଣୀ: ଗାଁ ଗାଁ ରେ ନୀରବ ବିପ୍ଲବ – ସାମନାକୁ ଆସୁଛନ୍ତି ମହିଳା

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ଜିଲ୍ଲା ମହିଳା ବିଜୁ ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ବୁଧବାର ଇଛାପୁରସ୍ଥିତ ଶ୍ୟାମକାଳୀ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାନେତ୍ରୀ ରୋସନା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକାରିଣୀରେ ଜିଲ୍ଲା ପର୍ଯ୍ୟବେକ୍ଷକ ଦେବାଶିଷ ସାମନ୍ତରାୟ, କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ ଓ ଜିଲ୍ଲା ମହିଳା ପର୍ଯ୍ୟବେକ୍ଷିକା ସବିତା ମହାପାତ୍ର ପ୍ରମୁଖ ଯୋଗଦେଇ ଆଗାମୀ ଦିନରେ ପଞ୍ଚାୟତ ଏବଂ ପୈାର ପରିଷଦ ନିର୍ବାଚନ ପରିପ୍ରେକ୍ଷୀରେ ବିଜୁ ମହିଳା ଜନତା ଦଳକୁ ଆହୁରି ସଂଗଠିତ କରିବାକୁ ପରାମର୍ଶ ଦେଇଥିଲେ । ବିଜୁ ମହିଳା ଜନତା ଦଳର ୱାର୍ଡ, ପଞ୍ଚାୟତ, ବ୍ଲକ ଓ ପୈାର ପାଳିକା ସ୍ତରରେ କମିଟି ଗଠନ କରି ସଂଗଠନକୁ ଅଧିକ କ୍ରୀୟାଶୀଳ କରିବାକୁ ବକ୍ତାମାନେ ଆହ୍ୱାନ ଦେଇଥିଲେ । ପଞ୍ଚାୟତ, ବ୍ଲକ, ଜିଲ୍ଲା ପରିଷଦ ଓ ପୈାରପରିଷଦ ଭଳି ଅନୁଷ୍ଠାନ ଗୁଡିକରେ ୩୩ଭାଗରୁ ୫୦ ଭାଗ ସ୍ଥାନ ମହିଲାମାନଙ୍କ ପାଇଁ ସଂରକ୍ଷଣ କରାଯିବାକୁ ପ୍ରସ୍ତାବ ଆଗତ କରାଯାଇଥିଲା । ମିଶନଶକ୍ତି ନାମକୁ ଏକ ସ୍ୱତନ୍ତ୍ର ବିଭାଗ କରାଯାଇ ରାଜ୍ୟର ଲକ୍ଷ ଲକ୍ଷ ସ୍ୱୟଂ ସହାୟିକା ଗୋଷ୍ଠିର ମହିଳାମାନଙ୍କୁ ବିନା ସୁଧରେ ଋଣ ପ୍ରଦାନ କରି ଆର୍ଥିକ ଦୃଷ୍ଟିରୁ ସମୃଦ୍ଧି କରି ଆତ୍ମନିର୍ଭରଶୀଳ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ପ୍ରଦାନ କରାଯାଇଥିଲା । ମହିଳାମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଲକ୍ଷରେ ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ପୁରୁଷଙ୍କୁ ୫ଲକ୍ଷ ଟଙ୍କା ଓ ପ୍ରତ୍ୟେକ ମହିଲାଙ୍କୁ ୧୦ଲକ୍ଷ ଟଙ୍କାର ନିଶୁଳ୍କ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇଥିବାରୁ ତାଙ୍କୁ କୃତଜ୍ଞତା ଅର୍ପଣ କରାଯାଇଛି । ଶିଳ୍ପ ବିହୀନ କେନ୍ଦ୍ରାପଡା ଜିଲ୍ଲାରେ ନଦୀ ଭିତ୍ତିକ ବନ୍ଦର ଓ ଆର୍ସେଲ ମିତ୍ତଲଙ୍କ ଷ୍ଟିଲ ପ୍ଲାଣ୍ଟ ପାଇଁ ଚୁକ୍ତି ସ୍ୱାକ୍ଷର କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଜିଲ୍ଲାରେ ସ୍ୱାସ୍ଥ୍ୟସେବାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଏକ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇଛି । କୃଷି ପ୍ରଧାନ ଜିଲ୍ଲା କେନ୍ଦ୍ରାପଡାରେ ଏକ ବହୁମୂଖୀ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ଦାବି ଉପସ୍ଥାପନ କରାଯାଇଛି । ସଂସ୍କୃତି ଓ ଭାଷ୍କର୍ଯ୍ୟର ପୁନଃରୁଦ୍ଧାର ପାଇଁ ଭିତରକନିକା ସହ ହୁକିଟୋଲା, ବତୀଘର ଓ ଆଳିକନିକା ପ୍ୟାଲେସକୁ ଟୁରିଷ୍ଟ ସର୍କିଟ ଘୋଷଣା ସହ ବିଶ୍ୱ ପ୍ରସିଦ୍ଧ ଭିତରକନିକା ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବାକୁ ଦାବି କରାଯାଇଥିଲା । ମହାକାଳପଡା ବ୍ଲକ ସଭାପତି ସରୋଜିନୀ ସେଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ନଗର ସଭାନେତ୍ରୀ ସ୍ୱୟଂପ୍ରଭା କର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱରାଜଲକ୍ଷ୍ମୀ ସାମଲ, ଜ୍ୟୋସ୍ôନାରାଣୀ ଜେନା, ଜ୍ୟୋସ୍ôନାମୟୀ ପରିଡା, ଗୀତାଞ୍ଜଳି ସେଠୀ, ଲତିକା ସାହୁ, ସୁନିତୀ ସାହୁ, ଭାରତୀ ଦଳେଇ, ସୁରଭୀ ଜେନା, ଭକ୍ତିମୟୀ କର, ରିଜୁୱାନା ବେଗମ, ସାହିରା ବେଗମ, ଜ୍ୟୋତିର୍ମୟୀ ବେହେରା, ସୀତାସୁନ୍ଦରୀ ମଲ୍ଲିକ, ସଂଯୁକ୍ତା ଶତପଥୀ, ଅନୁରାଧା ପାଢୀ, ବିଦ୍ୟୁଲତା ଜେନା, ଜବା ମୁର୍ମୁ, ବୈଜୟନ୍ତୀମାଳା ଲେଙ୍କା, ଜୟନ୍ତୀ ସ୍ୱାଇଁ, ସର୍ମିଷ୍ଠା ନାୟକ, ତୃପ୍ତିମୟୀ କର, ଲୋପାମୁଦ୍ରା ବାରିକ, କବିତା ମଲ୍ଲିକ, ପ୍ରମିଳା ସାମଲ, ମିନତୀ ପରିଡା ପ୍ରମୁଖ ଯୋଗଦେଇ ଆସନ୍ତା ଦିନରେ ରାଜ୍ୟ ସରକାରଙ୍କ ସଫଳତାର ବାର୍ତ୍ତାକୁ ତୃଣମୂଳ ସ୍ତରରେ ପ୍ରତି ଗାଁରେ ପହଞ୍ଚାଇବାକୁ ଶପଥ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ