ଭାରତୀୟ ଜନତା ପାର୍ଟିର ଏକ ଗୁରୁତ୍ୱପୁର୍ଣ ବୈଠକ ଅନୁଷ୍ଠିତ

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) :- “ବ୍ରହ୍ମପୁର ମହାନଗର ନିଗମ ପୌର ନିର୍ବାଚନ କୁ ନେଇ ଭାରତୀୟ ଜନତା ପାର୍ଟିର ଏକ ଗୁରୁତ୍ୱପୁର୍ଣ ବୈଠକ” ଜିଲ୍ଲା ବିଜେପି ସଭାପତି ବିଭୂତି ଭୂଷଣ ଜେନାଙ୍କ ସଭାପତିତ୍ତ୍ୱରେ ସ୍ତାନୀୟ ଗିରି ରୋଡ୍ ସମାଜ କାର୍ଯ୍ୟାଳୟ ନିକଟସ୍ଥ “ପାଢ଼ୀ ସେଲିବ୍ରେସନ୍ କଲ୍ୟାଣ ମଣ୍ଡପ” ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ସଭାପତିଙ୍କ ସମେତ ରାଜ୍ୟ ଉପ-ସଭାପତି ଭୃଗୁ ବକ୍ସିପାତ୍ର, ପୂର୍ବତନ ରାଜ୍ୟ ଉପ-ସଭାପତି କୁଞ୍ଜ ବିହାରୀ ପାଣିଗ୍ରାହୀ,ଗଞ୍ଜାମ ଜିଲ୍ଲା ପ୍ରଭାରୀ ଅଶୋକ ମିଶ୍ର,ବ୍ରହ୍ମପୁର ବିଧାୟକ ପାର୍ଥି ତଥା ବରିଷ୍ଠ ନେତା କାହ୍ନୁ ଚରଣ ପତି,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ କୁମାର ସ୍ୱାଇଁ,ସରୋଜ ସାବତ, ବ୍ରହ୍ମପୁର ମେୟର ପାର୍ଥିନୀ ଡ.ସବିତା ସୁଆର ପ୍ରମୁଖ ନେତା ମଞ୍ଚାସୀନ ରହି ମାର୍ଗ ଦର୍ଶନ କରିବା ସହ ଆଗାମୀ ପୌର ନିଗମ ନିର୍ବାଚନ ପାଇଁ ରଣନିତୀ ପ୍ରସ୍ତୁତ କରିଥିଲେ । ଏହି ବୈଠକରେ ବରିଷ୍ଠ ନେତା ଉତ୍ତମ ପାଣିଗ୍ରାହୀ,ପ୍ରଭାତ କିରଣ ଷଡ଼ଙ୍ଗୀ,ରାମ କୁମାର ପାତ୍ର,ସୁନିଲ କୁମାର ସାହୁ,ସିଦ୍ଧାନ୍ତ ଗଙ୍ଗଦେବ,ମୋଦନ ମହୋନ ପାତ୍ର,ଶରତ କୁମାର ସାହୁ,ବାଳକୃଷ୍ଣ ସାମନ୍ତରା,ପ୍ରବୀର ପାତ୍ର,ରବିନ୍ଦ୍ର ସାହୁ,ଡ଼.ଅମୁଲ୍ୟ ଚୌଧୁରୀ,ପ୍ରଦୀପ ମିଶ୍ର ପ୍ରମୁଖଙ୍କ ସମେତ ବ୍ରହ୍ମପୁର ମହାନଗରର ସମସ୍ତ ମଣ୍ଡଳ ସଭାପତି, ୪୧ ଜଣ ବିଜେପି ପାର୍ଥି ଏବଂ ସମସ୍ତ ବରିଷ୍ଠ କାର୍ଯକର୍ତ୍ତାଙ୍କୁ ନେଇ ଏହି ବିଜୟ ମନ୍ତ୍ର ବୈଠକ ଅନୁଷ୍ଠିତ ହେଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ