ଆଇସିଆଇସିଆଇ ବ୍ୟାଙ୍କ ତରଫରୁ ବୃକ୍ଷରୋପଣ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ଗଞ୍ଜାମ ଜିଲ୍ଲା ଛତ୍ରପୁର ଶାଖା ଆଇସିଆଇସିଆଇ ବ୍ୟାଙ୍କ ତରଫରୁ ଶନିବାର ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବା ସହ ସର୍କିଟ ଗୃହ ସମ୍ମୁଖରେ ରାସ୍ତା କଡରେ ଚାରା ରୋପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡି, ଆସିଷ୍ଟାଣ୍ଟ କଲେକ୍ଟର ଲିଲନ ପ୍ରସାଦ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଚାରା ରୋପଣ କରିଥିଲେ । ଆଇସିଆଇସିଆଇ ବ୍ୟାଙ୍କ ଆଞ୍ଚଳିକ ମୁଖ୍ୟ ପ୍ରିୟଦର୍ଶୀ ପ୍ରଧାନ, ଛତ୍ରପୁର ଶାଖା ପରିଚାଳକ ଜିତେନ୍ଦ୍ର ରାଉତ, ଶାଖା ଉପ ପରିବଚାଳକ ବାଳକୃଷ୍ଣ ସାହୁ, ସହକାରୀ ପରିଚାଳକ ଶୁଭେନ୍ଦୁ ପ୍ରସାଦ ବେହେରା, ନିଲମା ମହାପାତ୍ର, ବିପିନ ବିହାରୀ ପ୍ରଧାନ ଓ ପି.ଶ୍ରୀନିବାସ ରାଓ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଛତ୍ରପୁର ଏନ୍ଏସିର ଯନ୍ତ୍ରୀ ସୁଶାନ୍ତ କୁମାର ଷଡଙ୍ଗୀ, ବ୍ୟାଙ୍କ ଠିକାଦାର ଅଚ୍ୟୁତାନନ୍ଦ ସାହୁ ଏବଂ ଏନ୍ଏସି ପରିମଳ ଠିକାଦାର ସୂର୍ଯ୍ୟନାରାୟଣ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।


