ବିଜେପିରେ ଶେଷ ହେଲା ଆଡଭାନିଙ୍କ ଯୁଗ

ମର୍ଯ୍ୟଦା ଜନକ ଲୋକସଭା ଆସନ ଗାନ୍ଧୀନଗରରୁ ବିଜେପିର ପ୍ରତିଷ୍ଠାତା ସଭ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେପୟୀଙ୍କ ଘନିଷ୍ଠ ସହଯୋଗୀ ଲାଲକୃଷ୍ଣ ଆଡ଼ଭାନୀ ଚଳିତ ନିର୍ବାଚନଲଢିବେ ନାହିଁ । ନିର୍ବାଚନ ରାଜନୀତିରୁ ଦଳ ପକ୍ଷରୁ ସନ୍ନ୍ୟାସ ଦିଆଯିବା ପରେ ଆଡ଼ଭାନୀଙ୍କ ରାଜନୀତିରେ ଅନ୍ତ ଘଟିଛି।ଭାରତୀୟ ଜନତା ପାର୍ଟି ଇତିହାସରେ ଦୀର୍ଘ ୩୦ବର୍ଷ ପରେ ଲାଲକୃଷ୍ଣ ଆଡ଼ଭାନୀଙ୍କ ବିନାପାର୍ଟି ନିର୍ବାଚନ ଲଢିବାକୁ ଯାଉଛି। ପାର୍ଟିର ଭୀଷ୍ମପିତାମହ କୁହାଯାଉଥିବା ଆଡ଼ଭାନୀଙ୍କ ଛତ୍ରଛାୟାରୁ ମୁକ୍ତ ହୋଇ ବିଜେପି ନିର୍ବାଚନ ଲଢିବାର ନିଷ୍ପତ୍ତି ନେଇଥିବାରୁ ଏହା ପୀଢିଗତ ପରିବର୍ତ୍ତନ ଉପରେ ଶେଷ ପଦକ୍ଷେପ ବୋଲି କୁହାଯାଉଛି। ଅଶୀ ଦଶକରେ ରାମ ମନ୍ଦିର ଆନ୍ଦୋଳନ ମାଧ୍ୟମରେ ବିଜେପିକୁ ଶୂନ୍ୟରୁ ଶିଖରରେ ପହଞ୍ଚାଇଥିବା ଲାଲକୃଷ୍ଣ ଆଡ଼ଭାନୀ ୧୯୮୯ରେ ପ୍ରଥମ ଥର ପାଇଁ ନୂଆଦିଲ୍ଳୀ ଆସନରୁ ଲୋକସଭା ନିର୍ବାଚନ ଲଢି ବିଜୟୀ ହୋଇଥିଲେ। ଏହା ପରେ ୧୯୯୧ରେ ସେ ଗୁଜରାଟର ଗାନ୍ଧୀନଗର ଆସନରେ ପ୍ରତିଦ୍ୱନ୍ଦ୍ୱୀତା କରି ବର୍ତ୍ତମାନ ସୁଦ୍ଧା ସଂସଦର ସଦସ୍ୟ ଅଛନ୍ତି। ରାଜନୀତିରେ ଶୁଦ୍ଧତା ଦେଉଥିବା ଆଡ଼ଭାନୀଙ୍କ ନାମ ଜୈନ ଡାଏରୀରେ ଆସିବା ପରେ ସେ ୧୯୯୬ରେ ଗାନ୍ଧୀନଗର ଆସନରୁ ଇସ୍ତଫା ଦେଇଥିଲେ। ଏହା ପରେ ୧୯୯୮ରେ କ୍ଲିନ ଚିଟ୍ବ ମିଳିବାରୁ ଆଡ଼ଭାନୀ ନିର୍ବାଚନ ମଇଦାନକୁ ଫେରିଥିଲେ। ସେ ୧୯୯୯,୨୦୦୪, ୨୦୦୯ ଓ ୨୦୧୪ରେ ଗାନ୍ଧୀନଗରରୁ ନିର୍ବାଚନ ଜିତି ସଂସଦକୁ ଯାଇଛନ୍ତି। ଏବେ ଏହି ଆସନରେ ବିଜେପି ଅଧ୍ୟକ୍ଷ ଅମିତ୍ ଶାହ ନିର୍ବାଚନ ଲଢିବେ ବୋଲି ସ୍ଥିର ହୋଇଛି। ୧୯୮୦ରେ ବିଜେପି ଗଠନ ହେବା ପରେ ବାଜପେୟୀ ୧୯୬ ପର‌୍ୟ୍ୟନ୍ତ ଏହାର ଅଧ୍ୟକ୍ଷ ଥିଲେ। ୧୯୮୬ରେ ଅଟଳ ବିହାରୀ ବାଜପାୟୀଙ୍କ ପରେ ଆଡ଼ଭାନୀ ବିଜେପିର ୨ୟ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲୋ। ସେ ୧୯୭୦ରୁ ୪ଥର ରାଜ୍ୟସଭା ସଦସ୍ୟ ଭାବେ ସଂସଦକୁ ଯାଇଥିଲେ। କିନ୍ତୁ ୧୯୮୯ରେ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୧୯୭୦ରୁ ରାଜନୀତିରେ -୧୯୭୦ରୁ ଦୀର୍ଘ ୫୦ବର୍ଷ ଧରି ରାଜନୀତିରେ ସକ୍ରିୟ ଥିବା ଲାଲକୃଷ୍ଣ ଆଡ଼ଭାନୀ ନିର୍ବାଚନ ରାଜନୀତିରୁ ଅବସର ନେବା ବିଜେପି ପାଇଁ ଯୁଗର ଅବସାନ ଭଳି ଘଟଣା। ୧୯୯୮ରୁ ୨୦୦୪ ପର‌୍ୟ୍ୟନ୍ତ ସେ ବାଜପାୟୀଙ୍କ ସରକାରରେ ଉପପ୍ରଧାନମନ୍ତ୍ରୀ ଥିଲେ। କିନ୍ତୁ ୨୦୧୪ରେ ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କୁ ବିଜେପି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିଥିଲା। ସେତେବେଳେ ୮୬ ବର୍ଷ ବୟସରେ ପହଞ୍ଚି ସାରିଥିବା ଆଡ଼ଭାନୀ ପ୍ରଥମ ଥର ପାଇଁ ବିଜେପି ସରକାରରେ ମୁଖିଆ ହୋଇନଥିଲେ। ପରେ ତାଙ୍କୁ ମାର୍ଗଦର୍ଶକ ମଣ୍ଡଳୀରେ ପାର୍ଟି ସାମିଲ କରିଥିଲା। ଏବେ ଆଡ଼ଭାନୀଙ୍କର ସକ୍ରିୟ ରାଜନୀତି ମଧ୍ୟ ଅନ୍ତ ହୋଇଗଲା। ଆଡ଼ଭାନୀଙ୍କୁ ଚଳିତ ନିର୍ବାଚନରେ ପ୍ରାର୍ଥୀ ନ କରିବା ପାଇଁ ଦଳୀୟ ନେତମାନଙ୍କୁ ବଡ ପରିଶ୍ରମ କରିବାକୁ ପଡିଛି। ପୁଣି ନିର୍ବାଚନ ଲଢିବାକୁ ଚିନ୍ତା କରିଥିଲେ। ନିର୍ବାଚନରୁ ବିରତ ରହିବା ପାଇଁ ବିଜେପିର ସଂଗଠନ ମହାମନ୍ତ୍ରୀ ରାମଲାଲ ଓ ବରିଷ୍ଠ ବିଜେପି ନେତା ତଥା ଆଡ଼ଭାନୀଙ୍କ ସହଯୋଗୀ ମୂରଲୀ ମନୋହାର ଯୋଶୀ ଏ ଦିଗରେ ତାଙ୍କୁ ପ୍ରବର୍ତ୍ତାଇ ଥିଲେ। ଏହା ପରେ ଆଡ଼ଭାନୀ ନିର୍ବାଚନରୁ ଓହରିବା ପାଇଁ ରାଜି ହୋଇଥିଲେ। ବିଜେପିରେ ଆଡ଼ଭାନୀ ବ୍ୟତୀତ ଅନ୍ୟ ବରିଷ୍ଠ ନେତାମାନଙ୍କୁ ନିର୍ବାଚନରୁ ବାହାର ରଖିବା ପାଇଁ ନିଷ୍ପତ୍ତି ହୋଇଛି। ଏହି ନେତାମାନେ ହେଲେ ହିମାଚଳ ପ୍ରଦେଶର ଶାନ୍ତା କୁମାର, ଉତ୍ତରଖଣ୍ଡର ଭଗତ ସିଂହ କୋଶିୟାରୀ, ଉତ୍ତରପ୍ରଦେଶର ମୂରଲୀମନୋହର ଯୋଶୀ ପ୍ରମୁଖ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ