ବିଜେପି-ଜେଜେପି ମେଣ୍ଟ, ଭଦୁଷ୍ୟନ୍ତ ହେବେ ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ସଂଖ୍ୟା ଗରିଷ୍ଠତା ନଥାଇ ବି ହରିଆଣାରେ ସରକାର ଗଠନ କରିବ ବିଜେପି । ଜେଜେପି ବିଜେପି ସହ ମେଣ୍ଟ କରିବାକୁ ରାଜି ହେବା ପରେ ହରିଆଣା ରାଜନୀତିକୁ ନେଇ ଲାଗିରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି । ବିଜେପି ଅଧ୍ୟକ୍ଷ ଏବଂ ଜେଜେପି ମୁଖ୍ୟ ଦୁଷ୍ୟନ୍ତ ଚୌଟାଲା ମିଳିତ ଭାବେ ଏନେଇ ଘୋଷଣା କରିଛନ୍ତି । ଏଥିସହ କ୍ରମାଗତ ଦ୍ୱିତୀୟଥର ପାଇଁ ବିଜେପିର ବରିଷ୍ଠ ନେତା ମନୋହର ଲାଲ ଖଟ୍ଟର ହରିଆଣା ମୁଖ୍ୟମନ୍ତ୍ରୀ ହେବା ମଧ୍ୟ ନିଶ୍ଚିତ ହୋଇଯାଇଛି । ଅନ୍ୟପକ୍ଷରେ ମେଣ୍ଟର ସର୍ତ୍ତ ଅନୁଯାୟୀ ନିଜେ ଦୁଷ୍ୟନ୍ତ ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ଜଣାପଡ଼ିଛି ।
ଶାହ ଏ ବିଷୟରେ ଘୋଷଣା କରି କହିଛନ୍ତି, “ଜନାଦେଶଙ୍କୁ ବିଚାର କରି ବିଜେପି ଏବଂ ଜେଜେପିର ନେତାମାନେ ନିଷ୍ପତ୍ତି ନେଇଛନ୍ତି ଦୁଇ ଦଳ ମିଶି ହରିଆଣାରେ ସରକାର ଗଢ଼ିବେ । ବିଜେପିରୁ ମୁଖ୍ୟମନ୍ତ୍ରୀ ହେବେ ଏବଂ ଜେଜେପିର ଉପମୁଖ୍ୟମନ୍ତ୍ରୀ ।” ଏହା ପୂର୍ବରୁ ଶାହଙ୍କ ବାସଭବନଠାରେ ଦୁଇ ଦଳର ନେତାଙ୍କ ମଧ୍ୟରେ ବୈଠକ ହୋଇଥିଲା । ଏହି ଅବସରରେ ଉଭୟ ଚୌଟାଲା ଏବଂ ଖଟ୍ଟର ଉପସ୍ଥିତ ଥିଲେ । ଆଜିର ଅନ୍ୟତମ ପ୍ରମୁଖ ଘଟଣା କ୍ରମରେ ଦୁଷ୍ୟନ୍ତ ଚୌଟାଲା ତାଙ୍କ ବାପା ତଥା ଚାରି ଚାରି ଥର ହରିଆଣା ମୁଖ୍ୟମନ୍ତ୍ରୀ ଇଣ୍ଡିଆନ୍ ନ୍ୟାସନାଲ ଲାକ ଦଳର ମୁଖ୍ୟ ଓମ୍ ପ୍ରକାଶ ଚୌଟାଲାଙ୍କ ପୁଅ ଅଜୟ ଚୌଟାଲାଙ୍କୁ ଭେଟିଛନ୍ତି । ବିଜେପି ୯୦ ଆସନ ବିଶିଷ୍ଟ ହରିଆଣାର ବିଧାନସଭାରେ ୪୦ଟି ଆସନ ଜିତିଥିଲା । ସରକାର ଗଠନ ପାଇଁ ଦଳକୁ ଆହୁରି ୬ଟି ଆସନ ଦରକାର ଥିଲା । ଏଥିପାଇଁ ପ୍ରଥମେ ଦଳ ସ୍ୱାଧୀନ ବିଧାୟକ ଓ କିଛି ଆଞ୍ଚଳିକ ଦଳର ବିଧାୟକଙ୍କୁ ନିଜ ପାଖକୁ ଆଣିବାକୁ ପ୍ରୟାସ କରିଥିଲା । କିନ୍ତୁ ବିବାଦୀୟ ନେତା ଗୋପାଲ କାଣ୍ଡାଙ୍କ ଅପରାଧିକ ରେକର୍ଡ ସତ୍ତେ୍ୱ ତାଙ୍କ ସମର୍ଥନ ନେବାକୁ ନେଇ ବିଭିନ୍ନ ଆଡ଼ୁ ସମାଲୋଚନା ହୋଇଥିଲା । ତେବେ ସନ୍ଧ୍ୟା ବେଳେ ଜେଜେପି-ବିଜେପିକୁ ସରକାର ଗଠନ କରିବା ପାଇଁ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦେବ ବୋଲି ନିଷ୍ପତ୍ତି ହୋଇଛି । ଜେଜେପି ହରିଆଣାରେ ୧୦ଟି ଆସନ ଜିତିଛି । ଏବେ ବିଜେପି ପାଖରେ ୫୦ଟି ଆସନ ହୋଇଯାଇଛି । କଂଗ୍ରେସ ଜେଜେପି ସମର୍ଥନରେ ସରକାର ଗଠନ କରିବାକୁ ପ୍ରୟାସ କରିଥିଲେ ହେଁ ଏହାର ସଂଖ୍ୟା ମାତ୍ର ୩୧ରେ ସୀମିତ ରହିବା ଏହି ସ୍ୱପ୍ନଟିକୁ ସ୍ୱପ୍ନରେ ରଖିଦେଇଛି ।
ପୂର୍ବରୁ ଏଚଏଲପିର ଗୋପାଳ କାଣ୍ଡା ଓ ଆଇଏନ୍‌ଏଲଡିର ଅଭୟ ଚୌଟାଲା ମଧ୍ୟ ବିଜେପିକୁ ସମର୍ଥନ ଯୋଗାଇ ଦେବେ ବୋଲି ଘୋଷଣା କରିଥିଲେ । ଏହାବାଦ୍ ଆଉ ୭ ଜଣ ବିଧାୟକ ମଧ୍ୟ ବିଜେପିକୁ ସମର୍ଥନ କରିବାର ସମ୍ଭାବନା ରହିଛି । ଅର୍ଥାତ ବିଜେପି ପାଖରେ ୫୯ଟି ଆସନ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ