ବିଜେପି ପକ୍ଷରୁ ବଳିଦାନ ଦିବସ 

ହାଟଡିହି, (ବିକାଶ ବିଶ୍ୱାଳ) :-ଭାରତୀୟ ଜନସଂଗର ସଂସ୍ଥାପକ ତଥା ପ୍ରଚଣ୍ଡ ରାଷ୍ଟ୍ରଭକ୍ତ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କର ୬୯ତମ ତିରୋଧାନ ଦିବସକୁ ସାରା ଭାରତ ବଳିଦାନ ଦିବସ ଭାବେ ପାଳନ କରୁଥିବାବେଳେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ହାଟଡିହି ବିଜେପି କାର୍ଯ୍ୟାଳୟ ଠାରେ ଏହା ପାଳିତ ହୋଇଯାଇଛି । ବରିଷ୍ଠ ବିଜେପି ନେତା ଆଲୋକ ସେଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନମାମୀ ଗଙ୍ଗାର ରାଜ୍ୟ ସଂଯୋଜକ ମହେଶ୍ୱର ସାହୁ, ଆନନ୍ଦପୁରର ପୁର୍ବତନ ପୌରାଧ୍ୟକ୍ଷ ରାମଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ଡକ୍ଟର ମୁଖାର୍ଜୀଙ୍କର ଜିୀବନାଦର୍ଶ ଓ ଭାରତୀୟ ଜନତା ପାର୍ଟିରେ ତାର ପ୍ରଭାବ ସମ୍ପର୍କରେ ଆଲୋକପାତ କରିଥିଲେ । ସ୍ୱାଧୀନୋତ୍ତର ଭାରତର ଏକତା ଅଖଣ୍ଡତା ବଜାୟ ରଖିବାପାିଁ ଡକ୍ଟର ମୁଖାର୍ଜି ଏକ ଦେଶରେ ଦୁଇ ବିଧାନ, ଦୁଇ ପ୍ରଧାନ, ଦୁଇ ନିଶାନ ଚଳିବ ନାହିଁ ବୋଲି ଦେଇଥିବା ନାରା ଆଜି ନରେନ୍ଦ୍ର ମୋଦୀଙ୍କ ଶାସନ କାଳରେ ସଫଳ ହୋଇଛି ବୋଲି ମତବ୍ୟକ୍ତ କରିଥିଲେ । ଜିଲ୍ଲା ସମ୍ପାଦକ ଜ୍ଞ୍ୟାନ ରଞ୍ଜନ ସାମନ୍ତ ସିଂହାର କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ପରିବେଶବିତ ନିରଞ୍ଜନ ସାହୁ, ବରିଷ୍ଠ କର୍ମକତ୍ତା ହରମୋହନ ଶାସିନି, କୈଳାଶ ସାମଲ, ନିତ୍ୟାନନ୍ଦ ବେହେରା, ସମ୍ବିତ ଦାସ, ପ୍ରଶାନ୍ତ ମହାପାତ୍ର, ବିମଳ ରାଉତ, ପ୍ରାଣକୃଷ୍ଣ ସାହୁ, ଅଧର ବେହେରା, ରାଜକିଶୋର ଯେନା, ନିରାକାର ଓଝା, ଜଗତ ଜୀବନ ଦେବତା, ରମାକାନ୍ତ ଶଙ୍ଖୁଆ, ସୁଶାନ୍ତ ଜେନା, ଶଶିକାନ୍ତ ରାଉତ, ଆଲୋକ ଦାସ, ବିଶେଶ୍ୱର ଦାସଙ୍କ ସମେତ ଶତାଧିକ କର୍ମକର୍ତ୍ତା ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ