ଓଏମସି ଖଣିରେ ଶ୍ରମିକ ମେଳି, ସମ୍ପାଦକଙ୍କୁ ହଟାଇବା ଦାବି ଯୋର ଧରିଲା
ହାଟଡିହି, (ବିକାଶ ବିଶ୍ୱାଳ) :-କେନ୍ଦୁଝର ଜିଲ୍ଲା ହାଯଡିହି ବ୍ଲକର ବାଙ୍ଗୁର ଠାରେ ଥିବା ଓଏମସି ଖଣିରେ ଶ୍ରମିକ ୟୁନିୟନକୁ ନେଇ ଦେଖା ଦେଇଥିବା ବିବାଦ ଏବେ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ଗତ ତିନିଦିନ ତଳେ ଶ୍ରମିକ ୟୁନିୟନର ସମ୍ପାଦକ ରବିନ୍ଦ୍ର ପୃଷ୍ଟି ଗାଁକୁ ଯାୁଥିବାବେଳେ ତାଙ୍କ ଘର ଉପରକୁ ଆାକ୍ରମଣ କରାଯିବା ଓ ରବିନ୍ଦ୍ର ପୃଷ୍ଟି ଏନେଇ କିଛି ଲୋକଙ୍କ ନାମରେ ଥାନାରେ ଅଭିଯୋଗ କରିବାପରେ ଏବେ ବିବାଦ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି । ଆଜି ଶତାଧିକ ଶ୍ରମିକ ସମ୍ପାଦକ ରବିନ୍ଦ୍ର ପୃଷ୍ଟିଙ୍କ ନେତୃତ୍ୱକୁ ବିରୋଧ କରି ଓଏମସି ସମ୍ମୁଖରେ ଏକତ୍ରିତ ହୋଇ ତାଙ୍କ ବିରୁଦ୍ଧରେ ଶ୍ଳୋଗାନ ଦେଉଥିବା ଦେଖିବାକୁ ମିଳିଛି । ସେ ସମ୍ପାଦକ ଥିବାବେଳେ ଶ୍ରମିକ ମାନଙ୍କୁ ଶୋଷଣ କରି ଅନେକ ଟଙ୍କା ଆଦାୟ କରିଥାନ୍ତି ବୋଲି ଶ୍ରମିକମାନେ ଅଭିଯୋଗ କରିଛନ୍ତି । ଏପରିକି ଶ୍ରମିକ ୟୁନିୟନ ତରଫରୁ ତାଙ୍କୁ ଏକ ବୋଲେରୋ ଗାଡି ଦିଆଯାଇ ଥିବାବେଳେ ସେ ଶ୍ରମିକ ମାନଙ୍କୁ ନଜଣାଇ ତାହାକୁ ବିକ୍ରୀ କରିଦେଇଥିବା ମଧ୍ୟ ଶ୍ରମିକମାନେ ଅଭିଯୋଗ କରିଛନ୍ତି । ଏପରିକି ବର୍ଷ ବର୍ଷର ହିସାବପତ୍ର ଆମକୁ ଦେଉ ନଥିବାବେଳେ ସେ ମନଇଛା ସଂଗଠନ ଚଳାଉଥିଲେ । ଏନେଇ ଆମେ ସଭାପତି ପ୍ରଫୁଲ ଘଡେଇଙ୍କୁ ଭେଟି ସମସ୍ୟା ଜଣାଇଛୁ ବୋଲି କହିଛନ୍ତି । ଏବେ ଆମେ ବହୁତ ଭଲରେ ଅଛୁ, ନିୟମିତ ଶାନ୍ତି ଶୃଙ୍ଖଳାର ସହ କାମ କରୁଛୁ ଓ ମଜୁରୀ ଠିକ ଭାବେ ପାଉଛୁ, ତେଣୁ ଆମ ସଂଗଠନ ଆମେ ସଜାଡିବୁ, ଏଠି ତୃତୀୟ ବ୍ୟକ୍ତିଙ୍କ ଆବଶ୍ୟକତା ନାହିଁ ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି । ଯଦି ରବିନ୍ଦ୍ର ପୃଷ୍ଟି ଆମ ୟୁନିୟନକୁ ଆସନ୍ତି ତେବେ ପରିଣତି ଭୟଙ୍କର ହେବ ବୋଲି ଆଦିକନ୍ଦ ପାତ୍ର, ନାରାୟଣ ନାୟକ, ରବିନ୍ଦ୍ର ମାଝୀ, ଗଣେଶ ବିନ୍ଧାଣି, ବିଭିଷଣ ମୁର୍ମୁ, ଗିରିଶ ନାୟକ, କାନ୍ଦ୍ରା ସୋରେନ, ଗୁରୁବା ଟୁଡୁ, ବନମାଳୀ ମଲ୍ଲିକ, ନାରାୟଣ ପରିଡା, ଦୁର୍ଯେ୍ୟାଧନ ପାତ୍ର,ମୁନା ପାତ୍ର, ଅର୍ଜୁନ ହେମ୍ରମ, ଶଙ୍ଖେଇ ମାରାଣ୍ଡି, ରବିନ୍ଦ୍ର ପଲେଇ, ସୁରେଶ ବେହେରା, ଧିରଞ୍ଜନ ବିଶ୍ୱାଳ, କୁଳମଣି ବେହେରା, ବିଜୟ ନାଥ ପ୍ରମୁଖ ଶ୍ରମିକମାନେ ଚେତାବନୀ ଦେଇଛନ୍ତି ।


