ଗୁଣି ସନ୍ଦେହରେ ହତ୍ୟା ଘଟଣାର ଅନ୍ୟ ପାଞ୍ଚ ସହଯୋଗୀ ଗିରଫ
ମୋହନା,(ଅଂଶୁମାନ ପଣ୍ଡା):ଗତ ଅଗଷ୍ଟ୯ରେ ଗୁଣି ସନ୍ଦେହ ରେ ବନ୍ଧୁକ ସାଯ୍ୟରେ ହତ୍ୟା ଘଟଣାରେ ଅନ୍ୟ ପାଞ୍ଚ ସହଯୋଗୀ କୁ ଗିରଫ କରିଛି ପୋଲିସ | ସେମାନେ ହେଲେ ସମ୍ବର ରଇତ,ସନ୍ୟା ରଇତ,ନୀଳମ୍ବେର ମଣ୍ଡଳ, ଅଭି ରଇତ,ଜେମ୍ବରୁ ରଇତ | ରା.ଉଦୟଗିରି ଥାନା ଅନ୍ତର୍ଗତ କୁଣ୍ଡୁଲି ଗ୍ରାମରେ ଅଜଣା ରୋଗରେ କିଛି ଲୋକ ମରିଗଲେ ଏବଂ ଜଣକ ସ୍ତ୍ରୀ ଅନ୍ଧ ହଇଗଲା ପିଲା ଛୁଆ ନ ହେବାରୁ ମନରେ କ୍ରଧ ଉଠିଲା ବହୁଦିନ ଅପକ୍ଷ କରିବା ପରେ ଗତ ମାସ ୯ ତାରିକ୍ଷ ରାତି ସମୟରେ ଗାଁ ଠାରୁ ୩କି.ମି. ଦୂର ପାହାଡ଼ବଗଡ଼ରେ କୁଡ଼ିଆରେ ମଦ୍ୟ ପାନ କରି ରହିଥିବା ବେଳେ ଡ଼ାଳିମ୍ବ ଗମାଙ୍ଗ(୬୫)କୁ ଏକୁଟିଆ ଦେଖି ଉକ୍ତ ଗ୍ରାମର ରାମ ରଇତ(୩୨) କିଛି ସହଯୋଗୀ ସହ ଉକ୍ତ ପାହାଡ଼ ବଗଡ଼କୁ ଯାଇ ଦେଶୀ ବନ୍ଧୁକରେ ଗୁଳି କରି ହତ୍ୟା କରିଥିଲେ | ସେଠାରୁ କିଛି ଦୂରକୁ ନେଇ ଗାତ ଖୋଳି ଗୋଡହାତ ବେକକୁ ରସିରେ ବାନ୍ଧି ପୋତି ଦେଇଥିଲେ | ଘଟଣା ଘଟିବାର ଦେଡେମାସ ବିତିଥିଲେ ବି କେହି ଭୟରେ ଥାନା ରେ ଅଭିଯୋଗ କରି ନଥିଲେ | ଗତ କାଲି ମୃତ ଡ଼ାଳିମ୍ବର ପୁତୁରା ବୁଡୁ ଗମାଙ୍ଗ ରା.ଉଦୟଗିରି ଥାନାରେ ଲିଖିତ ଅଭିଯୋଗ କରଥିଲେ | ଖବର ପାଇ ଥାନା ଅଧିକାରୀ ମମତା ନାୟକ, ଏସ୍ଡିପିଓ ଦିଲୀପ କୁମାର ନାୟକ, ପୋଲିସ ଟିମି ପହଞ୍ଚି ତଦନ୍ତ କରି ଅନୁସନ୍ଧାନୀ ଦଳକୁ ଡାକି ଅଭିଯୁକ୍ତ କୁ ଧରି ପଚାରିବାରୁ ସେ ପାହାଡ଼ ନିକଟକୁ ନେଇ ହତ୍ୟାରେ ବ୍ୟବହାର ହଇଥିବା କାଠ, ଚାଦର ଦେଖିବା ସହ ପତିଥିବା ଜାଗାକୁ ନେଇଥିଲା | ସେଠି ଖୋଲିବାପରେ ମୃତ ଦେହ ଉଦ୍ଧାର ହଇଥିଲା | ଅଭିଯୁକ୍ତ ତାହାରି ନିଜ ଘରେ ବନ୍ଧୁକ ଓ କିଛି ବାରୁଦ ଥିବା ଦେଖାଇଥିଲେ |ସବୁ ସାମଗ୍ରିକୁ ପୋଲିସ ଜବତ କରିଥିଲା ଅନ୍ୟପଟେ ପାଞ୍ଚ ଅଭିଯୁକ୍ତଙ୍କୁ ଆଜି କୋର୍ଟରେ ହାଜର କରାଯାଇଛି |


