ବିଜେପି ପକ୍ଷରୁ ସହିଦ ବିର୍ସା ମୁଣ୍ଡାଙ୍କ ବଳିଦାନ ଦିବସ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଗଞ୍ଜାମ ଜିଲ୍ଲା ର ପ୍ରମୁଖ ଶକ୍ତିପୀଠ ମା ‘ ମହୁରୀ କାଳୁଆ ମନ୍ଦିର ପରିସରରେ  ଭାରତୀୟ ଜନତା ପାର୍ଟି ପକ୍ଷରୁ ମଙ୍ଗଳବାର ସ୍ୱାଧୀନତା ସଂଗ୍ରାମୀ ଏବଂ ମହାନ ଜନଜାତି ନାୟକ ସହିଦ୍ ବିର୍ସା ମୁଣ୍ଡା ଙ୍କ ବଳିଦାନ ତଥା ଜନଜାତି ଗୈାରବ ଦିବସ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।  ବିଧାୟକ ତାଙ୍କ ଉଦବୋଧନରେ ବିପ୍ଳବୀ ବିର୍ସା ମୁଣ୍ଡା ଜନଜାତି ବର୍ଗଙ୍କୁ ଇଂରେଜ ମାନଙ୍କ ଅତ୍ୟାଚାର ବିରୋଧରେ ଲଢେଇ ପାଇଁ ଏକତ୍ରିତ କରି ବ୍ୟାପକ ଆନ୍ଦୋଳନ କରିଥିଲେ।  ବ୍ରିଟିଶ ଙ୍କ ବନ୍ଧୁକ ମୁନକୁ ନ ଡରି ଧର୍ମ ତ୍ୟାଗ ନ କରିବା , ମୁଣ୍ଡା ସମ୍ପ୍ରଦାୟର ନେତୃତ୍ବ ନେବା ଓ ବ୍ରିଟିଶ ଶାସନର ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ସଂଗ୍ରାମ କରିଥିବା ସମ୍ପର୍କରେ ଉପସ୍ଥିତ ଜନଜାତି ମହିଳା ପୁରୁଷ ଓ ଦଳୀୟ କର୍ମୀ ମାନଙ୍କୁ ସଚେତନ କରାଇଥିଲେ। ସଭାରେ ବିଜେପି ଗଞ୍ଜାମ ଜିଲା ସଭାପତି ସରୋଜ ସାବତ , କୁକୁଡାଖଣ୍ଡି ବ୍ଳକ ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ପାତ୍ର , କୁକୁଡାଖଣ୍ଡି ବ୍ଳକ ଏମ.ପି ପ୍ରତିନିଧି ସନ୍ତୋଷ ଚୌଧୁରୀ , କାର୍ଯ୍ୟକର୍ତ୍ତା ଲଳିତ ବିଷୋୟୀ , ଏ . ନନ୍ଦକିଶୋର ଙ୍କ ସମେତ ସରପଞ୍ଚ ଫନିନ୍ଦ୍ର ଚନ୍ଦ୍ର ଗୋସ୍ୱାମୀ , ଲିଙ୍ଗରାଜ ଦୋରା, ସରପଞ୍ଚ ପ୍ରତିନିଧି ସନ୍ତୋଷ ଦୋରା , ଏମ୍. ସନ୍ତୋଷ  , କେ . ନରସିଂହ ପାତ୍ର , ସୁଦାମ ବେହେରା , ମିଟୁ ଦୋରା , ଅରୁଣ ଗୈାଡ ଙ୍କ ସମେତ ଦିଗପହଣ୍ଡି ଏବଂ କୁକୁଡାଖଣ୍ଡି ବ୍ଳକ ଅଧିନ ବିଭିନ୍ନ ପଞ୍ଚାୟତର ବହୁ ନିର୍ବାଚିତ ପ୍ରତିନିଧି ଏବଂ ଦଳୀୟ କର୍ମୀମାନେ ଯୋଗଦେଇ ସ୍ବାଧୀନତା ସଂଗ୍ରାମୀ ସହିଦ ବିର୍ସା ମୁଣ୍ଡାଙ୍କ ଆତ୍ମଜୀବନୀ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ସାଗର କୁମାର ପାତ୍ର ସଂଯୋଜନା କରିଥିବା ବେଳେ ବହୁ ସଂଖ୍ୟକ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ