ବିଜେପି ର ଭୋଟର ସଚେତନତା ଅଭିଯାନ

ନିମାପଡ଼ା, (ସନ୍ତୋଷ ଦାଶ):ନିମାପଡ଼ା ସ୍ଥିତ ଶ୍ରୀରାମ କଲ୍ୟାଣ ମଣ୍ଡପ ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଭୋଟର ସଚେତନତା ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି ।୨୦୨୪ ନିର୍ବାଚନ ପରିପ୍ରେକ୍ଷୀରେ ଭୋଟର ସଂଶୋଧନ ପ୍ରକ୍ରିୟା ଜାରି ରହିଥିବା ବେଳେ ଏହି ପ୍ରକ୍ରିୟା ରେ ଦଳର ତୃଣମୂଳ ସ୍ତରରେ ସଂଗଠକ ଓ ନେତୃବୃନ୍ଦ ସାମିଲ ହେବାକୁ କର୍ମୀ ମାନଙ୍କୁ ଦଳୀୟ ନେତା ଆହ୍ବାନ ଦେଇଥିଲେ ।ବିଶେଷ କରି ନବାଗତ ଭୋଟର ମାନଙ୍କୁ ଦଳୀୟ କାର୍ଯ୍ୟକ୍ରମ ରେ ସାମିଲ କରାଇବା ପାଇଁ ଜିଲ୍ଲା ସଭାପତି ଶ୍ରୀ ଆଶ୍ରିତ ପଟ୍ଟନାୟକ ଆହ୍ବାନ ଦେଇଥିଲେ ।ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଙ୍କ ଆହ୍ବାନରେ ପ୍ରତ୍ୟେକ ପଞ୍ଚାୟତ ରେ ରାଜ୍ୟ ସରକାର ଙ୍କ ଭ୍ରଷ୍ଟାଚାର ବିରୋଧରେ ପଞ୍ଚାୟତ ଘେରାଉ କାର୍ଯ୍ୟକ୍ରମ ହେବାକୁ ସ୍ଥିର ହୋଇ ଥିଲା।ଆସନ୍ତା ଅଗଷ୍ଟ ୩୧ ତାରିଖ ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ହିତାଧିକାରୀ ଚୟନରେ ଚଞ୍ଚକତା ,ଭତ୍ତା ବଣ୍ଟନ ରେ ଅନିୟମିତତା ,ବିନା ପଲ୍ଲୀସଭା ରେ ବିକାଶ କାର୍ଯ୍ୟର ଚିଠା ପ୍ରସ୍ତ୍ରୂତ କୁ ଭାରତୀୟ ଜନତା ପାର୍ଟି ବିରୋଧ କରିବ।ଭ୍ରଷ୍ଟାଚାର ର ବିରୋଧ ପଞ୍ଚାୟତ ସ୍ତରରେ ଦଳକୁ ମଜବୁତ୍ କରିବା ପାଇଁ ବରିଷ୍ଠ ନେତ୍ରୀ ପ୍ରଭାତୀ ପରିଡ଼ା ,ଯୁବନେତା ଦିଲ୍ଲୀପ ନାୟକ ,ବିଧାନସଭା ପ୍ରଭାରୀ ରତିକାନ୍ତ ବେହେରା ,ସଂଯୋଜକ ପ୍ରଦିପକୁମାର ନାୟକ,ଜିଲ୍ଲା ସାଧାରଣ ସମ୍ପାଦକ ସୁଶାନ୍ତ ସ୍ବାଇଁ ,ପୂର୍ଣ୍ଣଚନ୍ଦ୍ର ଓଝା ,ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ କୁମାର ରାୟ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।ଭାରତୀୟ ଜନତା ପାର୍ଟି ର ସମସ୍ତ ପଦବୀଧାରୀ ବ୍ୟକ୍ତି ବିଶେଷ ,ମଣ୍ଡଳ ସଭାପତି ,ମଣ୍ଡଳ ପ୍ରଭାରୀ,ମଣ୍ଡଳ ପଦାଧିକାରୀ ,ଶକ୍ତି କେନ୍ଦ୍ର ପ୍ରମୁଖ ଓ ସହ ପ୍ରମୁଖ ମାନେ ଉପସ୍ଥିତ ରହି ସଭା ପରିଚାଳନା କରିଥିଲେ ।ନିମାପଡ଼ା ନଗର ସଭାପତି କାଉନସିଲର ନିରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ